କାର୍ଯ୍ୟକ୍ଷମ ହେଲା ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର

ଆଠଗଡ :  କୃଷକମାନଙ୍କୁ ସଠିକ ମୂଲ୍ୟରେ ସାର ଯୋଗାଇ ଦେବା ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା କୃଷିକ୍ଷେତ୍ର ଓ କୃଷକଙ୍କ ବିକାଶ ଲାଗି ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ଦେଶବ୍ୟାପୀ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଠଗଡ ବ୍ଲକର ଇଚ୍ଛାପୁରଠାରେ ଥିବା ଆଦ୍ୟାଶକ୍ତି କୃଷି ଭଣ୍ଡାରକୁ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର ଭାବେ ମନୋନୀତ କରାଯାଇ କାର୍ଯ୍ୟକ୍ଷମ କରାଯାଇଛି । ଗୋଟିଏ ଦେଶ-ଗୋଟିଏ ସାର ଯୋଜନା ଅନୁଯାୟୀ କେନ୍ଦ୍ର ସରକାର ଦେଶବ୍ୟାପୀ ସମସ୍ତ ଅଞ୍ଚଳରେ କୃଷକମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ୟୁରିଆ ସାର ଗୋଟିଏ ଦର ୨୬୬ଟଙ୍କା ୪୫କେଜି ବସ୍ତାକୁ ବିକ୍ରୟ କରିବା ଲାଗି ପଦକ୍ଷେପ ନିଆଯାଇଛି । ପରବର୍ତ୍ତୀ ସମୟରେ ଅନ୍ୟ ସାର ମଧ୍ୟ ଏହିପରି ଗୋଟିଏ ଦେଶ ଗୋଟିଏ ଦରରେ ସାର ଉପଲବ୍ଧ ହେବ ବୋଲି ଜଣାପଡିଛି। କଟକ ଜିଲ୍ଲାରେ ପାରାଦ୍ୱୀପ ସ୍ଥିତ ପାରାଦ୍ୱୀପ ଫସଫେଟ ଲିମିଟେଡ ସହଯୋଗରେ ୩ଟି ସ୍ଥାନରେ ଏହି ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇଥିବାବେଳେ ସେଥିମଧ୍ୟରୁ ଆଠଗଡର ଇଚ୍ଛାପୁରସ୍ଥିତ ଆଦ୍ୟାଶକ୍ତି କୃଷି ଭଣ୍ଡାର ଅନ୍ୟତମ କେନ୍ଦ୍ର ଭାବେ ଉଦ୍‌‌ଘାଟିତ ହୋଇଛି । ଆଦ୍ୟାଶକ୍ତି କୃଷିଭଣ୍ଡାରର ରବିନ୍ଦ୍ର କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପାରାଦ୍ୱୀପ ଫସ୍‌‌ଫେଟସ୍‌‌ ଲିମିଟେଡର ବିପଣନ ଅଧିକାରୀ ସୁନିଲ ପ୍ରସାଦ ସାହୁ ଯୋଗଦେଇ କେନ୍ଦ୍ରକୁ ଉଦ୍‌‌ଘାଟନ କରିଥିଲେ। ଆଠଗଡର ଇଚ୍ଛାପୁର, ସଠିଲୋ, ସମସରପୁର, ଜେନାପଦା ଆଦି ଅଞ୍ଚଳ ସଂପୂର୍ଣ୍ଣ କୃଷି ଉପରେ ନିର୍ଭରଶୀଳ ଥିବାରୁ କୃଷକମାନେ ଏହି ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର ମାଧ୍ୟମରେ ସଠିକ ମୂଲ୍ୟରେ ସାର ଆଦି ପାଇବା ସହ ଉପକୃତ ହେବେ ବୋଲି ବିପଣନ ଅଧିକାରୀ ଶ୍ରୀ ସାହୁ ଓ ଆଦ୍ୟାଶକ୍ତି କୃଷି ଭଣ୍ଡାରର ଶ୍ରୀ ସାହୁ ପ୍ରକାଶ କରିଥିଲେ।

kalyan agarbati

Comments are closed.