www.samajalive.in
Monday, December 15, 2025
15.1 C
Bhubaneswar

ଚିତ୍ତରଞ୍ଜନ ଜାତୀୟ କର୍କଟ ପ୍ରତିଷ୍ଠାନର ଦ୍ୱିତୀୟ କ୍ୟାମ୍ପସ୍‍କୁ ଉଦ୍‍ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକାତାରେ ଚିତ୍ତରଞ୍ଜନ ଜାତୀୟ କର୍କଟ ପ୍ରତିଷ୍ଠାନର ଦ୍ୱିତୀୟ କ୍ୟାମ୍ପସ୍‍କୁ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଉଦ୍‍ଘାଟନ କରିଛନ୍ତି ।ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶରେ କୋବିଡ୍‍ ଟିକାକରଣ ୧୫୦ କୋଟିକୁ ଛୁଇଁ ଥିବାରୁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ନୂଆ ବର୍ଷର ପ୍ରଥମ ସପ୍ତାହରେ ଏହି ଐତିହାସିକ ସଫଳତା ହାସଲ କରାଯାଇଛି । ଓମିକ୍ରନ୍‍ ସଂକ୍ରମଣ ଯୋଗୁଁ କୋବିଡ୍‍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ୧୫୦ କୋଟି ଡୋଜ୍‍ ପ୍ରତିଷେଧକ ଟିକାକରଣ ଲୋକମାନଙ୍କୁ ସୁରକ୍ଷା ପ୍ରଦାନ କରିବ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷର ଆରମ୍ଭରୁ ଦେଶରେ ୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କୋବିଡ୍‍ ଟିକାକରଣ ଆରମ୍ଭ କରାଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ବୟସ୍କ ଲୋକମାନଙ୍କ ମଧ୍ୟରୁ ଶତକଡ଼ା ୯୦ ଭାଗ ଲୋକ ପ୍ରଥମ ଡୋଜ୍‍ ଟିକା ନେଇସାରିଛନ୍ତି। ସେ କହିଛନ୍ତି, ମାତ୍ର ୫ ଦିନ ମଧ୍ୟରେ ଦେଢ଼ କୋଟି ପିଲାଙ୍କୁ କୋବିଡ୍‍ ପ୍ରତିଷେଧକ ଦିଆଯାଇ ପାରିଛି । ଏହି ସଫଳତା ପାଇଁ ସେ ଉଭୟ ସରକାର ଓ ଦେଶର ଜନସାଧାରଣଙ୍କ ଉଦ୍ୟମର ପ୍ରଶଂସା
କରିଛନ୍ତି । ସେ ଦେଶର ବୈଜ୍ଞାନିକ, ପ୍ରତିଷେଧକ ଉତ୍ପାଦନକାରୀ ଓ ସ୍ୱାସ୍ଥ୍ୟ କ୍ଷେତ୍ରର କର୍ମଚାରୀମାନଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ପ୍ରତ୍ୟେକ ନାଗରୀକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟର ଅଂଶସ୍ୱରୂପ ଚିତ୍ତରଞ୍ଜନ ଜାତୀୟ କର୍କଟ ପ୍ରତିଷ୍ଠାନର ନୂଆ କ୍ୟାମ୍ପସ୍‍ ନିର୍ମାଣ କରାଯାଇଛି । ଏହି କ୍ୟାମ୍ପସ୍‍ ଲୋକମାନଙ୍କୁ ଶସ୍ତାରେ ସ୍ୱାସ୍ଥ୍ୟସେବା ଯୋଗାଇବ । ଆର୍ଥିକ ଅନାଟନ ଯୋଗୁଁ ଗରୀବ ଓ ମଧ୍ୟବିତ୍ତ ବର୍ଗର ଲୋକମାନେ କର୍କଟ ରୋଗରେ ପ୍ରାଣ ହରାଉଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି । ଗରିବ ଲୋକମାନଙ୍କୁ ସୁସ୍ଥ ରଖିବା ପାଇଁ ସରକାର ଅହରହ ଉଦ୍ୟମ କରୁଥିବାର ଶ୍ରୀ ମୋଦୀ କହିଛନ୍ତି।
କର୍କଟ ରୋଗର ଚିକିତ୍ସା ପାଇଁ ଔଷଧର ମୂଲ୍ୟ ଗତ କିଛି ବର୍ଷ ମଧ୍ୟରେ ଯଥେଷ୍ଟ କମ୍‍ କରାଯାଇଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି । ଏଥିପାଇଁ ୮ହଜାର ଜନଔଷଧୀ କେନ୍ଦ୍ର ଔଷଧପତ୍ର ଯୋଗାଉଛନ୍ତି ଓ ଅତି ଶସ୍ତାରେ ମୂଲ୍ୟରେ ଅସ୍ତ୍ରୋପ୍ରଚାର କରାଯାଉଛି । ପ୍ରାୟ ୫୦ ପ୍ରକାରର କର୍କଟ ରୋଗର ଔଷଧ ନାମମାତ୍ର ମୂଲ୍ୟରେ ମିଳୁଥିବାର ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଶସ୍ତାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ଆୟୁଷ୍ମାନ୍‍ ଭାରତ ଯୋଜନା ସବୁଠୁ ଅଧିକ ଫଳପ୍ରଦ ହୋଇଛି।
ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାରେ ୨ କୋଟି ୬୦ ଲକ୍ଷ ରୋଗୀ ଚିକିତ୍ସା ସେବା ପାଇଛନ୍ତି । ଆୟୁଷ୍ମାନ୍‍ ଭାରତ ଯୋଜନାରେ ୧୭ଲକ୍ଷରୁ ଅଧିକ କର୍କଟ ରୋଗୀ ଚିକିତ୍ସିତ ହୋଇଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଯୋଜନାରେ କର୍କଟ, ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ରୋଗ ଗୁଡ଼ିକର ଆଗୁଆ ନିଦାନ କରାଯାଇ ଚିକିତ୍ସା କରାଯାଇ ପାରୁଛି । କରୋନା ବିପକ୍ଷରେ ସଂଗ୍ରାମରେ ସମସ୍ତ ସମ୍ଭାବ୍ୟ ସତର୍କତା ଅବଲମ୍ବନ କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି। ଏହି ଅବସରରେ ସେଠାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ, ଡକ୍ଟର ସୁଭାଷ ସରକାର, ସାନ୍ତନୁ ଠାକୁର, ଜନ୍‍ ବର୍ଲା ଓ ନିଶିଥ୍‍ ପ୍ରମାଣିକ୍‍ ଉପସ୍ଥିତ ଥିଲେ।

- Advertisement -

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories