www.samajalive.in
Sunday, December 14, 2025
18.1 C
Bhubaneswar

ଅର୍ଦ୍ଧ ଶତକ ଅତିକ୍ରମ କଲା କରୋନା ; ସତର୍କ ରହିବାକୁ ସଚେତନତା ଅଭିଯାନ

ରେଙ୍ଗାଲି :  ରାଜ୍ୟବ୍ୟାପି କରୋନା ସଂକ୍ରମଣ ଦିନ କୁ ଦିନ ବୃଦ୍ଧି ପାଉଛି । ଏହି କ୍ରମରେ ରେଙ୍ଗାଲି ବ୍ଳକ୍ ଅଞ୍ଚଳରେ ମଧ୍ୟ କରୋନା ସଂକ୍ରମଣ ଦ୍ରୁତଗତି ରେ ବୃଦ୍ଧି ପାଇବାରେ ଲାଗିଛି ।  ଗୋଟିଏ ଦିନରେ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲାପରେଏହି ବ୍ଳକ୍ ରେ କରୋନା ଆକ୍ରାନ୍ତ ସଂଖ୍ୟା ୫୫ରେ ପହଞ୍ଚିଯାଇଛି । ଏହା ପ୍ରଶାସନ ଏବଂ ଜନସାଧାରଣଙ୍କ ପାଇଁ ଚିନ୍ତାର କାରଣ ହୋଇଛି । କରୋନା ଉପର ମୁହାଁ ହୋଇ ଦ୍ରୁତଗତିରେ ବୃଦ୍ଧିପାଉଥିବାର ଦେଖି ରେଙ୍ଗାଲି ପୁଲିସ ଏବଂ ସ୍ଥାନିୟ ସ୍ୱାଧୀନ ଏକତା ସଙ୍ଗଠନ ପକ୍ଷରୁ ଶୁକ୍ରବାର ଏକ ସଚେତତନା ଅଭିଯାନ ଆରମ୍ଭ କରାଯାଇଛି । ମାସ୍କ ପିନ୍ଧିବା, ସମାଜିଜିକ ଦୂରତା ରକ୍ଷା କରିବା ଅଯଥା ଗହଳି ନକରିବା, ଦୋକାନ ବଜାରରେ ଭିଡ ନକରିବା ଆଦି କୋଭିଡ୍-୧୯ ଗାଇଡ୍ ଲାଇନକୁ କଡାକଡି ଭାରେ ପାଳନ କରିବାକୁ ରେଙ୍ଗାଲି ପୁଲିସ ପକ୍ଷରୁ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଇ ଜନସାଧାରଣଙ୍କୁ ସତର୍କ ଏବଂ ସଚେତନ କରାଯାଇଥିବା ଦେଖିବାକୁ ମିଳିଥିଲା। ପୁଲିସ କର୍ମଚାରୀମାନେ ପ୍ରତି ଦୋକାନକୁ ଯାଇ ଦୋକାନକୁ ଆସୁଥିବା ଗ୍ରାହକ ମାନଙ୍କୁ ସାମାଜିକ ଦୂରତାରେ ଛିଡା ରହିବା ପାଇଁ ଆବଶ୍ୟକ ଚିହ୍ନ ଦୋକାନ ସାମ୍ବାରେ ଚିହ୍ନିତ କରିବା ସହିତ ବ୍ୟାରିକେଡ ଲଗାଇବାକୁ ପରାମର୍ଶ ଦେଉଥିବାର ମଧ୍ୟ ଜଣାପଡିଛି।ଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ରାତ୍ରୀ କାଳିନ କର୍ଫ୍ୟୁ ରାତି ୯ଟାରୁ ୫ଟା ପର୍ଯ୍ୟନ୍ତ କଡାକଡି ଭାବରେ ଅନୁପାଳନ କରିବା ଏବଂ କୋଭିଡ୍ ଗାଇଡ୍ ଲାଇନ ଆନ୍ତରିକତାର ସହିତ ପାଳନ କରିବାକୁ ରେଙ୍ଗାଲି ଆଇଆଇସି ଧବଳେଶ୍ୱର ସାହୁ ଜନସଧାରଣ ଙ୍କୁ ଅନୁରୋଧ କରି ଗାଇଡ୍ ଲାଇନ୍ ଅମାନ୍ୟ କଲେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରିଦେଇଛନ୍ତି । ଆଇଆଇସି ଧବଳେଶ୍ୱର ସାହୁ, ସ୍ୱାଧୀନ ଏକତା ସଙ୍ଗଠନର ପରାମର୍ଶଦାତା ବିଶ୍ୱକେଶନ ବିଶ୍ୱାଳ, ସଲିମ୍ ଖାନ୍, ସଙ୍ଗଠନର ସଭାପତି ରାଜୀବ ମିଶ୍ର, ହରିଶ ଶାହା ପ୍ରମୁଖଙ୍କ ଉପସ୍ଥିତିରେ ସଚେତନତା ଅଭିଯାନର ଶୁଭାରମ୍ଭ କରାଯାଇଥିଲା। ରେଙ୍ଗାଲି, ଗଣେଶ ନଗର, ରାମଚନ୍ଦ୍ର ନଗର, ରମ୍ପେଲାକେମ୍ପ ଚାଉଲଡିପୋ, ଷ୍ଟେସନ ବସ୍ତି, ପୁରୁଣାବସ୍ତି ଆଦି ରେଙ୍ଗାଲି ଥାନା ଅଞ୍ଚଳର ଜନବସତିରେ ଡାକବାଜି ଯନ୍ତ୍ର ମାଧ୍ୟମ ରେ ଜନସାଧାରଣଙ୍କୁ କୋଭିଡ୍ ଗାଇଡ୍ ଲାଇନ୍ ପାଳନ କରିବାକୁ ସଚେତନ କରାଯାଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories