www.samajalive.in
Monday, December 15, 2025
16.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଯୋଗୁଁ ବିଏସ୍‌ଏଫ ଯବାନଙ୍କ ଉପରୁ ଦଣ୍ଡାଦେଶ ହଟିଲା

ନୂଆଦିଲ୍ଲୀ : ବିଏସଏଫ ଯବାନଙ୍କ ଦରମା କଟାଯିବା ଭଳି ଦଣ୍ଡାଦେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାପସନ୍ଦ କରିବା ପୂର୍ବକ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ନିର୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶ ଆଧାରରେ ବିଏସଏଫ ଯବାନ ସଞ୍ଜୀବ କୁମାରଙ୍କ ଉପରୁ ଏପରି ଦଣ୍ଡାଦେଶକୁ ପ୍ରତ୍ୟାହାର କରିନିଆଯାଇଛି। ପ୍ରଧାନମନ୍ତ୍ରୀଙ୍କୁ ଅସମ୍ମାନ କରିବା କାରଣରୁ ସଞ୍ଜୀବ କୁମାରଙ୍କ ଉପରେ ଦଣ୍ଡାଦେଶ ହୋଇଥିଲା। ଫେବୃଆରୀ ୨୧ରେ ବିଏସଏଫର ‘ଜିରୋ ପରେଡ’ ଚାଲିଥିବାବେଳେ ସଞ୍ଜୀବ ଏହାକୁ ‘ମୋଦି କାର୍ଯ୍ୟକ୍ରମ’ କହି ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିଥିଲେ। ସଞ୍ଜୀବଙ୍କ ଏପରି କଟାକ୍ଷକୁ ବିଏସଏଫ ଆଇନ ୧୯୬୮ର ଧାରା ୪୦ ଆଧାରରେ ଭୁଲ ଦର୍ଶାଯିବା ପୂର୍ବକ ତାଙ୍କ ଉପରେ ଦଣ୍ଡାଦେଶ ହୋଇଥିଲା। ତାଙ୍କର ୭ଦିନର ଦରମା କାଟିବା ଲାଗି କମାଣ୍ଡାଣ୍ଟ ଅନୂପ ଲାଲ ଭଗତ ନିଷ୍ପତ୍ତି ନେଇଥିଲେ। ଯବାନଙ୍କ ପ୍ରତି ଏପରି ଦଣ୍ଡାଦେଶ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଜାଣିବା ପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories