ସାମ୍ବାଦିକ କଲ୍ୟାଣ ରାଶି ୨୦ଲକ୍ଷରୁ ୧ କୋଟିକୁ ବୃଦ୍ଧି

0

ନୂଆଦିଲ୍ଲୀ : ଦୁର୍ଦ୍ଦିନ ସମୟରେ ସାମ୍ବାଦିକ କଲ୍ୟାଣ ଯୋଜନାରେ ସାମ୍ବାଦିକ ଓ ସେମାନଙ୍କ ପରିବାରକୁ ଦିଆଯାଉଥିବା ସହାୟତା ରାଶିର ପରିମାଣ ୨୦ଲକ୍ଷରୁ ୧କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ବୁଧବାର ଏ ନେଇ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନୀ ବୁଧବାର ସୂଚନା ଦେଇନ୍ତି। ଏହି ବର୍ଦ୍ଧିତ ସହାୟତା ରାଶି ଆସନ୍ତା ଏପ୍ରିଲ ୧ରୁ କାର୍ଯ୍ୟକାରୀ ହେବ। ଏହି ଯୋଜନା ଅନୁଯାୟୀ ଜଣେ ସାମ୍ବାଦିକଙ୍କ ମୃତ୍ୟୁ କିମ୍ବା ସମ୍ପୂର୍ଣ୍ଣ ଅକମଣ୍ୟ କ୍ଷେତ୍ରରେ ୫ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯାଇଥାଏ। ଗୁରୁତର ରୋଗର ଚିକିତ୍ସା କ୍ଷେତ୍ରରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଦିଆଯାଇଥାଏ। ତେବେ ବର୍ତ୍ତମାନ ସମୟରେ ଏହି ସହାୟତା ରାଶି ଯଥେଷ୍ଟ ହେଉ ନଥିବାରୁ ଏହାକୁ ୫ଗୁଣା ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି। ପିଆଇବି, ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ଆକ୍ରିଡିଟେଡ୍‌ ସାମ୍ବାଦିକଙ୍କ କ୍ଷେତ୍ରରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଥାଏ। ଏହା ସହିତ ଅତିକମ୍‌ରେ ୫ବର୍ଷ ଧରି ନିୟମିତ କାର୍ଯ୍ୟ କରୁଥିବା ଗଣମାଧ୍ୟମ ସଂସ୍ଥାର ବାର୍ତ୍ତା ସମ୍ପାଦକ, ସାମ୍ବାଦିକ, ଫଟୋଗ୍ରାଫର ଓ ଫ୍ରିଲାନ୍ସ ଜର୍ଣ୍ଣାଲିଷ୍ଟଙ୍କୁ ଏହି ଯୋଜନାର ସୁବିଧା ମିଳିଥାଏ।

Leave A Reply