ଜୁଲାଇ ୧୫ରୁ ପ୍ଲାଷ୍ଟିକ୍ ଓ ପଲିଥିନ ବନ୍ଦ
ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶ ସରକାର ପ୍ଲାଷ୍ଟିକ୍ ପଲିଥିନ ବନ୍ଦକୁ ନେଇ ଏକ ପଦକ୍ଷେପ ନେଇଛନ୍ତି। ଆସନ୍ତା ଜୁଲାଇ ୧୫ ତାରିଖରୁ ପ୍ଲାଷ୍ଟିକ୍ ପଲିଥିନ ଉପରେ ନିଷେଦ୍ଧାଦେଶ ଜାରି କରାଯାଇଛି। ଏହି ନିୟମ କଡାକଡି ଭାବରେ ପାଳନ ହେବା ପରେ ପ୍ଲାଷ୍ଟିକ୍ ବନ୍ଦ ରାଜ୍ୟ ଗୁଡିକ ମଧ୍ୟରେ ଉତ୍ତର ପ୍ରଦେଶ ୧୯ ତମ ସ୍ଥାନରେ ରହିବ ।
କିଛିଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ଲାଷ୍ଟିକ୍ ପଲିଥିନ ବନ୍ଦ ନିୟମ ଲାଗୁ ହେବା ସହ ଏହି ନିୟମକୁ ଉଲ୍ଲଙ୍ଘନ କଲେ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ ବୋଲି ଆଲୋଚନା ହୋଇଥିଲା। ଆଜି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଏନେଇ ଏକ ଟୁଇଟ୍ ହୋଇଛି। ଜୁଲାଇ ୧୫ରୁ ପ୍ଲାଷ୍ଟିକ୍ କପ୍, ଗ୍ଲାସ ଓ ପ୍ଲାଷ୍ଟିକର ବ୍ୟବହାର କୌଣସି ସ୍ଥାନ ହେବ ନାହିଁ ବୋଲି ଟୁଇଟରେ ଊଲ୍ଲେଖ ରହିଛି । ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ସହଯୋଗ ଲୋଡିଛନ୍ତି।