www.samajalive.in
Sunday, December 7, 2025
26.1 C
Bhubaneswar

ପ୍ଲାଜମା ଦାନ ପାଇଁ ମାଲକାନଗିରି ଜିଲାରୁ  ୪୮ ଜଣ ଆଗ୍ରହୀ

ପ୍ଲାଜମା ଦାନ ପାଇଁ ମାଲକାନଗିରି ଜିଲାରୁ ୪୮ ଜଣ ଆଗ୍ରହୀ
ଭୁବନେଶ୍ୱର:  କୋଭିଡ-୧୯ ରେ ସଂକ୍ରମିତ ଗୁରୁତର ରୋଗୀଙ୍କ ଲାଗି ପ୍ଲାଜମା ଚିକିତ୍ସା ବିଶେଷ ସହାୟକ ହେଉଥିବା ବେଳେ ଆଜି ମାଲକାନଗିରି ଜିଲାରୁ ୪୮ ଜଣ ବ୍ୟକ୍ତି ନିଜର ପ୍ଲାଜମା ଦାନ ପାଇଁ ଇଚ୍ଛା ପ୍ରକଟ କରିଛନ୍ତି।ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ପୂର୍ବାହ୍ନରେ ଜିଲ୍ଲା ସର୍କିଟ ହାଉସଠାରେ ଜିଲ୍ଲପାଳ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ସ୍ଥାନୀୟ ବିଧାୟକଙ୍କୁ ନେଇ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଯୋଗଦେବା ସହିତ ପ୍ଲାଜମା ଦାନ ଓ କୋଭିଡ ନିୟନ୍ତ୍ରଣ ନେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏଥିସହିତ କୋଭିଡ-୧୯ରୁ ଆରୋଗ୍ୟ ଲାଭ କରିଥିବା କିଛି ବ୍ୟକ୍ତିଙ୍କୁ ଭେଟି ପ୍ଲାଜମା ଦାନ ଓ କୋଭିଡ ମୁକାବିଲା ନେଇ ସରକାରଙ୍କ ବିଭିନ୍ନ କାର୍ୟ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ । ଏହି ବ୍ୟକ୍ତିମାନେ ସରକାରଙ୍କ ଠାରୁ ଉତ୍ତମ ଚିକିତ୍ସା ପାଇ ଆରୋଗ୍ୟ ଲାଭ କରି ଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ନିଜର ପ୍ଲାଜମା ଦାନ ପାଇଁ ଇଚ୍ଛୁକ ଥିବା ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ଜଣାଇଥିଲେ । ସେହିପରି ମନ୍ତ୍ରୀ ଶ୍ରୀ ବେହେରାଙ୍କ ନିର୍ଦେଶ କ୍ରମେ ମାଲକାନଗିରି ଜିଲ୍ଲା ଓ ଏହି ଜିଲ୍ଲା ଅଧିନରେ ଥିବା ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ଅଞ୍ଚଳରେ କୋଭିଡ-୧୯ରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସହ ପ୍ଲାଜମା ଦାନ ନେଇ ଯୋଗାଯୋଗ କରାଯାଇଥିଲା । ଫଳ ସ୍ୱରୂପ ବର୍ତ୍ତମାନ ସୁଦ୍ଧା ଜିଲାରୁ ୪୮ ଜଣ ପ୍ଲାଜମା ଦାନ ନେଇ ସମ୍ମତି ପ୍ରଦାନ କରିଛନ୍ତି । ଆଜିର ଏହି ଜିଲ୍ଲା ଗସ୍ତ ସମୟରେ ମନ୍ତ୍ରୀ ମାଲକାନଗିରି ଜିଲ୍ଲାରେ ଥିବା ସ୍ୱାବ ସଂଗ୍ରହ କେନ୍ଦ୍ର ବୁଲି ଦେଖିବା ସହ ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ଓ କୋଭିଡ ଡାକ୍ତରଖାନାର ସୁପରିଚାଳନା ନେଇ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ଓ ଏଥି ସହିତ ମନ୍ତ୍ରୀ ଶ୍ରୀ ବେହେରା ଜିଲାରେ କାର୍ୟ୍ୟ କରୁଥିବା କୋଭିଡ ଯୋଦ୍ଧାମାନଙ୍କ କାର୍ୟ୍ୟକୁ ପ୍ରଶଂସା କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମୟୋପଯୋଗୀ ପଦକ୍ଷେପ ଏବଂ କୋଭିଡ ଯୋଦ୍ଧାଙ୍କ ଉଦ୍ୟମ ଖୁବ ଶୀଘ୍ର ଫଳପ୍ରଦ ହେବ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ପ୍ଲାଜମା ଦାନ କାର୍ୟ୍ୟକ୍ରମ ନେଇ ମନ୍ତ୍ରୀମାନଙ୍କୁ ଜିଲ୍ଲା ଦାୟିତ୍ୱ ଦେବା ପରେ ମାଲକାନଗିରି ଜିଲାରୁ ପ୍ଲାଜମା ଦାନ ନେଇ ଦେଖାଦେଇଥିବା ଉତ୍ସ।ହ ଜିଲ୍ଲାର ଗୁରୁତର କୋଭିଡ ରୋଗୀଙ୍କ ସୁସ୍ଥହାରକୁ ବହୁଗୁଣିତ କରିବ ବୋଲି ଆଶା ସୃଷ୍ଟି ହୋଇଛି ଓ ସରକାରଙ୍କ ଏହି କାର୍ୟ୍ୟକ୍ରମକୁ ସମସ୍ତ ଜିଲ୍ଲାବାସୀ ଓ ବୁଦ୍ଧିଜୀବୀ ସ୍ୱାଗତ କରିଛନ୍ତି ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories