www.samajalive.in
Monday, December 15, 2025
27.1 C
Bhubaneswar

ମଝି ଆକାଶରେ ବିମାନ ଭିତରେ ହେଲା ଯାତ୍ରୀଙ୍କର ମୃତ୍ୟୁ- ଦିଲ୍ଲୀ ବିମାନ ବନ୍ଦରକୁ ଫେରିଲା ଆମେରିକା ଯାଉଥିବା ବିମାନ

ନୂଆଦିଲ୍ଲୀ – ଉଡାଣ ଭରିବା ବେଳେ ବିମାନ ମଧ୍ୟରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ସେହି ବିମାନଟି ପୁଣିଥରେ ଦିଲ୍ଲୀ ବିମାନ ବନ୍ଦରକୁ ଫେରି ଆସିଥିବା ସୂଚନା ମିଳିଛି । ଆମେରିକା ଯାଉଥିବା ଏହି ବିମାନ ଦିଲ୍ଲୀ ବିମାନ ବନ୍ଦର ଛାଡିବାର ପ୍ରାୟ ୩ ଘଣ୍ଟା ପରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ମେଡିକାଲ୍ ଏମରଜେନ୍ସି ଭାବେ ବିମାନକୁ ଦିଲ୍ଲୀ ବିମାନ ବନ୍ଦରକୁ ଫେରାଇ ଆଣାଯାଇଥିଲା ।

ବିମାନ ଅବତରଣ କରିବା ପରେ ବିମାନ ବନ୍ଦରରେ ନିୟୋଜିତ ଥିବା ଡାକ୍ତରୀ ଦଳ ସେଠାରେ ପହଞ୍ଚି ସମ୍ପୃକ୍ତ ଯାତ୍ରୀଙ୍କୁ ଯାଞ୍ଚ କରିଥିଲେ। ଏହାପରେ ତାଙ୍କର ମୃତ୍ୟୁ ହୋଇଥିବା କଥା ସୂଚନା ଦେଇଥିଲେ । ଜଣେ ଆମେରୀୟ ନାଗରିକ ତାଙ୍କ ପତ୍ନୀଙ୍କ ସହ ଆମେରିକା ଫେରୁଥିବା ବେଳେ ବିମାନ ଭିତରେ ତାଙ୍କର ମୃତ୍ୟୁ ହୋଇଥିଲା । ଏୟାର ଇଣ୍ଡିଆର ଫ୍ଲାଇଟ୍‌ ଏଆଇ-୧୦୫ରେ ଏହି ଘଟଣା ଘଟିଛି ।

- Advertisement -

ଦିଲ୍ଲୀରୁ ନେଓ୍ୱାର୍କକୁ ବିମାନଟି ଯାତ୍ରା କରୁଥିଲା। ବିମାନଟି ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବା ପରେ ଅନ୍ୟଯାତ୍ରୀମାନଙ୍କୁ ଧରି ଦିନ ପ୍ରାୟ ୪ଟାବେଳେ ପୁଣି ଉଡାଣ ଭରିଥିଲା । ଏହି ସମୟରେ ବିମାନରେ ନୂଆ କର୍ମଚାରୀମାନେ ଯାଇଥିବା ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଏହି ଘଟଣା ସମ୍ପର୍କରେ ଏୟାରପୋର୍ଟ ପୋଲିସ୍‌କୁ ସୂଚନା ଦିଆଯାଇଛି । ପୋଲିସ୍‌ ମୃତ୍ୟୁର କାରଣ ବିଷୟରେ ଯାଞ୍ଚ କରୁଥିବା ସୂଚନା ମିଳିଛି ।

Hot this week

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

Related Articles

Popular Categories