www.samajalive.in
Saturday, December 13, 2025
14.1 C
Bhubaneswar

ବିଦ୍ୟୁତ ତାର ଛିଣ୍ଡି  ଜଳିଗଲା ବାଇକ,  ଅଳ୍ପକେ ବର୍ତ୍ତିଲେ ଚାଳକ, ଉତ୍ତକ୍ତ ଲୋକଙ୍କ ରାସ୍ତା ଅବରୋଧ

ଠାକୁରମୁଣ୍ଡା :  ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ୫୩ନଂ ରାଜ୍ୟ ରାଜପଥ ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ସାତକୋଶିଆ ମେଡିକାଲ ଛକ ରାସ୍ତାରେ ଯାଉଥିବା ଏକ ବାଇକ ଉପରେ ବିଦ୍ୟୁତ ତାର ଛିଣ୍ଡି ପଡିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ବାଇକ ଚାଳକ । କିନ୍ତୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାଇକଟି ସପୂର୍ଣ୍ଣ ପୋଡି ଭସ୍ମ ହୋଇ ଯାଇଛି। ବିଦ୍ୟୁତ ଜନିତ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ କ୍ଷତିପୂରଣ ଦାବି କରି ସାତକୋଶିଆ ଛକ ନିକଟରେ ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତା କୁ ଅବରୋଧ କରିଥିଲେ ।

ଘଟଣା ରୁ ପ୍ରକାଶ ଯେ ସାତକୋଶିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଲିଘାଟ ଗ୍ରାମର ଶ୍ରୀତମ ନାଏକ ଜଣେ ସାଙ୍ଗ ସହିତ ଏକ ବାଇକ ଯୋଗେ ସାତକୋଶିଆ ଡାକ୍ତରଖାନାକୁ ଦେହ ଖରାପ ହୋଇଥିବାରୁ ଡାକ୍ତରଙ୍କୁ ଦେଖାଇ ଫେରିଯାଉଥିବା ବେଳେ ମେଡ଼ିକାଲ ନିକଟରେ ରାସ୍ତା ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ହଠାତ ବାଇକ ଉପରେ ଛିଣ୍ଡି ପଡିଥିଲା। ବାଇକ ରେ ଥିବା ଦୁଇ ଜଣ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାର ସଂସ୍ପର୍ଶରେ ଆସି ବାଇକଟି ସଂପୂର୍ଣ୍ଣ ଭାବେ ପୋଡି ଭସ୍ମୀଭୂତ ହୋଇଯାଇଛି।ଖବର ପାଇ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲେ। ପରେ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବୀରେ ମେଡ଼ିକାଲ ଛକ ନିକଟରେ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ମହୁଲଡିହା ଥାନା ପୋଲିସ ପହଞ୍ଚି ରାସ୍ତା ରୋକ କରିଥିବା ଲୋକଙ୍କୁ  ବୁଝା ସୁଝା ପରେ ରାସ୍ତାରୋକ ହଟିଥିଲା ।

Hot this week

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

Related Articles

Popular Categories