www.samajalive.in
Monday, December 15, 2025
27.1 C
Bhubaneswar

ଅହମ୍ମଦାବାଦ ଭଳି ଆଉ ଏକ ବିମାନ ଦୁର୍ଘଟଣା, ଉଡାର କିଛି ସମୟରେ ଜଳିଗଲା ବିମାନ

ନୂଆଦିଲ୍ଲୀ: ଗୁଜରାଟର ଅହମ୍ମଦାବାଦ ଭଳି ଆଉ ଏକ ବିମାନ ଦୁର୍ଘଟଣା ଘଟିଛି । ଲଣ୍ଡନର ସାଉଥ୍‍ଏଣ୍ଡ ବିମାନବନ୍ଦରରୁ ଉଡାଣ ଭରିବାର କିଛି ସମୟ ପରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ବିମାନଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ସୂଚନା ମିଳିଛି ଏବଂ ସବୁକିଛି ପୋଡି ପାଉଁଶ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ବିଚ୍‍ କ୍ରାଫ୍‍ B200 ସୁପରକିଙ୍ଗ ଏୟାର ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଉଡାଣ ଭରିବାର କିଛି ସମୟ ଭିତରେ ଏହି ଛୋଟ ବିମାନଟି ଜଳି ଯାଇଛି । ଦୁର୍ଘଟଣାରେ ମୃତାହତ ନେଇ କୌଣସି ସୂଚନା ଏଯାବତ୍‍ ମିଳିନାହିଁ । ଗତ ମାସରେ ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣା ଯୋଗୁଁ ୨୭୦ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ମନରୁ ଲିଭି ନଥିବା ବେଳେ ଆଉ ଏକ ବିମାନ ଦୁର୍ଘଟଣା ଘଟିଛି । ତେବେ ଲଣ୍ଡନରେ ଦୁର୍ଘଟଣାଗ୍ରସ୍ତ ବିମାନଟି ଛୋଟ ବୋଲି କୁହାଯାଉଛି ।

ସୂଚନା ଅନୁଯାୟୀ ବିମାନଟି ନେଦରଲ୍ୟାଣ୍ଡର ଲେଲିଷ୍ଟାଡକୁ ଯାଉଥିଲା । ସ୍ଥାନୀୟ ସାଂସଦ ଡେଭିଡ୍‍ ବର୍ଟନ୍‍ ସାମ୍ପସନ୍‍ ନିଜର ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ବିମାନ ଦୁର୍ଘଟଣା ନେଇ ଅବଗତ ଥିବା କହିଛନ୍ତି । ବିମାନ ଦୁର୍ଘଟଣା ଘଟିଥିବା ଅଞ୍ଚଳରୁ ଲୋକଙ୍କୁ ଦୂରେଇ ରହିବାକୁ ୋସ ନିବେଦନ କରିଛନ୍ତି । ପୁଲିସ ଓ ଉଦ୍ଧାରକାରୀ ଦଳ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସେ କହିଛନ୍ତି । ସ୍ଥାନୀୟ ଜନସାଧାରଣଙ୍କୁ ଏହି ଅଞ୍ଚଳରୁ ଦୂରେଇ ରହିବାକୁ କୁହାଯାଇଛି ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories