www.samajalive.in
Saturday, December 6, 2025
15.1 C
Bhubaneswar

ଶ୍ରାବଣମାସର ପ୍ରଥମ ସୋମବାର ପାଇଁ ଲାଗିଲାଣି କାଉଡିଆଙ୍କ ଭିଡ

ଆରଡି : ଶ୍ରାବଣମାସର ପ୍ରଥମ ସୋମବାର ପାଇଁ ରବିବାରଠାରୁ ଆଖଣ୍ଡଳମଣିଙ୍କ ପୀଠରେ  ଲାଗିଛି କାଉଡିଆଙ୍କ ଭିଡ। ବୋଲ ବମ, ହରହର ବମ, ଧ୍ବନିରେ ପ୍ରକମ୍ଫିତ ହେଉଛି ସମଗ୍ର ଆରଡିପୀଠ। ହଜାର ହଜାର କାଉଡିଆଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୀଠରେ କଡା ସୁରକ୍ଷା ବ୍ଯବସ୍ଥା କରାଯାଇଛି। ସେହିପରି ବୈତରଣୀ ଓ ସାଳନ୍ଦୀ ନଦୀର ତିନିତର, ମୁଆଁ ଓ ଧାନଖଣିଆ ଘାଟ ଦେଇ ନଦୀପାରି ହୋଇ ଆସୁଥିବା କାଉଡିଆ ଭକ୍ତମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ନଦୀଘାଟର ଉଭୟ ପାର୍ଶ୍ବରେ ପୋଲିସ ମୁତୟନ ରହିଥିବାବେଳେ ନଦୀରେ ପଇଁତରା ମାରୁଛନ୍ତି ଓଡ୍ରାଫ ଓ ଅଗ୍ନିଶମ ବାହିନୀ। ସେହିପରି ସ୍ଥଳପଥରେ ପୁଲିସ ପକ୍ଷରୁ ପେଟ୍ରୋଲିଂ ବ୍ଯବସ୍ଥା କରାଯାଛି। ଏପଟେ କାଉଡିଆ ଭକ୍ତମାନେ ଯେପରି ଭାବେ ଶୃଙ୍ଖଳିତ ଜଳଲାଗି କରିବେ ସେଥିପାଇଁ ସ୍ବତନ୍ତ୍ର ବ୍ଯାରିକେଡ ସହ ମନ୍ଦିର ଭିତରେ ଓ ବାହାରେ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ଯବସ୍ଥା କରାଯାଇଛି। ହେଲେ ଦୂରଦୂରାନ୍ତରରୁ ଶହଶହ କିଲୋମିଟର ଖାଲିପାଦରେ ଚାଲିଚାଲି  ଆସୁଥିବା କାଉଡିଆ ଭକ୍ତ ଆସୁଥିଲେ ମଧ୍ଯ ଭଦ୍ରକ ଆଖଣ୍ଡଳମଣି ମୁଖ୍ଯରାସ୍ତା ସହ ପୀଠକୁ ସଂଯୋଗ କରୁଥିବା ଅନ୍ଯ ରାସ୍ତାର ଖାଲଖମା ରହିଥିବାରୁ ବହୁ ଅସୁବିଧାରେ ଆସୁଥିବା କହିଛନ୍ତି ଭକ୍ତମାନେ। ଏହି ରାସ୍ତାର ମରାମତି ପାଇଁ ଏକମାସ ପୂର୍ବରୁ ଜିଲାପାଳଙ୍କ ଅଧ୍ଯକ୍ଷତାରେ ଆଲୋଚନା ହୋଇଥିଲେ ମଧ୍ଯ ମରାମତି ହୋଇ ପାରିଲାନାହିଁ। ତାହାସହ ବସଷ୍ଟାଣ୍ଡ ଠାରୁ ମନ୍ଦିର ରାସ୍ତା ଓ ବାଇପାସ ରାସ୍ତା ସହ ନଦୀ ରାସ୍ତା ଅନ୍ଧକାରମୟ ହୋଇ ରହିଥିବାରୁ କାଉଡିଆଭକ୍ତ ଯାତାୟତ କରିବାରେ ନାନା ଅସୁବିଧା ଦେଖାଦେଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories