www.samajalive.in
Friday, December 5, 2025
26.1 C
Bhubaneswar

ସୋମବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ନିଜେ, ବନ୍ଧୁବାନ୍ଧବ ଓ ପରିବାରର ସମ୍ମିଳିତ ଉଦ୍ୟମରେ ଶତ୍ରୁ ପରାଜିତ ହେବ। ମାନସିକ ଶାନ୍ତି ଫେରିପାଇବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।

ବୃଷ: ପ୍ରବେଶିକା ପରୀକ୍ଷାରେ ସମ୍ମୁଖୀନ ହେବା ପାଇଁ ବିଦ୍ୟାର୍ଥୀମାନେ ନାନା ଉପାଦେୟ ପାଠ୍ୟ ପୁସ୍ତକ ପଠନରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସ୍ତରରୁ ଅର୍ଥାଗମ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

- Advertisement -

ମିଥୁନ: କାର୍ଯ୍ୟ ଯେତେ କଠିନ ଓ କଷ୍ଟଦାୟକ ହେଲେ ବି ତା’ର ସୁସମ୍ପାଦନ କରି ଉଚିତ ପ୍ରାପ୍ୟ ହାସଲ କରିପାରନ୍ତି। ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିଲେ ବି କିଛି ସମୟ ପରେ ସୁଧାର ଆସିବ।

କର୍କଟ: ବିଭିନ୍ନ ସ୍ତରରୁ ଅର୍ଥାଗମ ହୋଇ ଆର୍ଥିକ ସ୍ଥିତିକୁ ଉନ୍ନତମାନର କରିପାରେ। ଶୁଭ କାର୍ଯ୍ୟ ପାଇଁ ବାତାବଣ ଅନୁକୂଳ ରହିଛି। ଉପୁଜିଥିବା ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି।

ସିଂହ: ତ୍ୟାଗଶୀଳ ଓ ମତିଜ୍ଞ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ହୃଷ୍ଟଚିତ୍ତ ଓ କୀର୍ତ୍ତିଶାଳୀ ହୋଇପାରନ୍ତି। ସହିଷ୍ଣୁ ହେବେ। ମନ ପ୍ରଫୁଲ୍ଲ ରହିବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିପାରେ।

କନ୍ୟା: ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍‌ ହେବେ। ଲୋଭାସକ୍ତ ମିଷ୍ଟାନ୍ନ ଭୋଜନ ଅଗ୍ନିମାନ୍ଦ୍ୟର କାରଣ ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସହିଷ୍ଣୁ ହେବେ।

ତୁଳା: ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ଚିନ୍ତାଶୀଳ ହେବେ। ଏକାନ୍ତ ସାଧନା ଫଳବତୀ ହେବ। ଭଦ୍ରୋଚିତ ବ୍ୟବହାର କରି ଜନସାଧାରଣଙ୍କ ପ୍ରିୟପାତ୍ର ହେବେ। ସୁସ୍ଥ ରହିବେ।

ବିଛା: ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ବିଭାଗୀୟ ସ୍ତରରୁ ସମ୍ମାନ ସହିତ ପ୍ରଶଂସା ମିଳିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ପରିବାର ତୁଲ୍ୟ ସହକମୀଙ୍କ ଆଦର୍ଶ ହୋଇପାରନ୍ତି।

ଧନୁ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ବିଭିନ୍ନ ସ୍ତରରୁ ଅର୍ଥାଗମ ହୋଇ ଆର୍ଥିକ ସ୍ଥିତିକୁ ଉନ୍ନତମାନର କରିପାରେ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ସ୍ବଚ୍ଛ ଓ ନିର୍ମଳ ରହିଛି। ବିବାଦୀୟ ଘଟରାରେ ବିଜୟୀ ହେବେ।

ମକର: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ଅଧସ୍ତନମାନଙ୍କର ବିଶ୍ବାସଭାଜନ ହେବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିପାରନ୍ତି।

କୁମ୍ଭ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ଜଳଯାତ୍ରା ନ କରିବା ଭଲ। ନାନା ଦୁଃଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ନିର୍ଭୟରେ ବିବେକାନୁମୋଦିତ କାର୍ଯ୍ୟ କରିପାରନ୍ତି।

ମୀନ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। ବହୁ ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରକୁ ଉଜ୍ଜ୍ବଳମୟ କରିପାରନ୍ତି। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories