www.samajalive.in
Tuesday, December 9, 2025
15.1 C
Bhubaneswar

ଓଡିଶା ଇଞ୍ଜିନିୟରିଂ କଲେଜର ବାର୍ଷିକ ଉତ୍ସବ

ପିପିଲି : ରାଜଧାନୀ ଉପକଣ୍ଠ ନିଜିଗଡ କୁରୁଖି ସ୍ଥିତ ଓଡ଼ିଶା ଇଂଜିନିୟରିଂ କଲେଜର ବାର୍ଷିକ ଉତ୍ସବ ‘ଯାଜନ ଯେଫେୟର-୨୦୧୯’ ଶନିବାର ସଂନ୍ଧ୍ୟାରେ ଉଦ୍‍ଯାପିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲାରେ ଘଟିଥିବା ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ସହିଦ ହୋଇଥିବା ବୀର ଯବାନଙ୍କ ସ୍ମୃତିରେ ଦୁଇମିନିଟ ସମୂହ ନିରବ ପ୍ରାର୍ଥନା କରାଯାଇଥିଲା।
ଓଇସିର ଏହି ଦୁଇଦିନିଆ ଉତ୍ସବକୁ କଲେଜର ଟ୍ରଷ୍ଟି ତଥା ପ୍ରଶାସନିକ ନିର୍ଦ୍ଦେଶିକା ସୁପ୍ରୀତା ପଟ୍ଟନାୟକ ଶୁକ୍ରବାର ଉଦ୍‍ଘାଟନ କରିଥିଲେ। ଓଇସିର ଅଧ୍ୟକ୍ଷା ଡକ୍ଟର ମାୟା ନାୟକଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ଉଦ୍‍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ସମାଜର ମୁଖ୍ୟ ସଂଯୋଜକ ସୁରେଶ ଚନ୍ଦ୍ର ମନ୍ତ୍ରୀ ଯୋଗଦେଇ ବୈଷୟିକ ଶିକ୍ଷାର ଗୁଣାତ୍ମକ ଦିଗ ପ୍ରତି ଆଲୋକପାତ କରିବା ସହ ରାଷ୍ଟ୍ର ନିର୍ମାଣରେ ଯୁବ ଇଂଜିନିୟରଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ପାଠ ପଢା ସହିତ ଜଣେ ଭଲ ମଣିଷ ଓ ଭଲ ଦେଶ ସେବକ ଭାବେ ନିଜକୁ ଗଢି ତୋଳିବା ପାଇଁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ କଲେଜର ପ୍ରଶାସନିକ ନିର୍ଦ୍ଦେଶିକା ସୁପ୍ରୀତା ପଟ୍ଟନାୟକ, ଷ୍ଟୁଡେଣ୍ଟ ୱେଲଫେୟାର ନିର୍ଦ୍ଦେଶକ ସୁମନ ରଞ୍ଜନ ପଟ୍ଟନାୟକ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ନିଜ ମଧ୍ୟରେ ଥିବା ସୃଜନ ଶକ୍ତିର ବିକାଶ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା କଲେଜର ଛାତ୍ରଛାତ୍ରୀ ଇମ୍ରାନ ଅଲ୍ଲୀ, ଅନୀତା ଦାସ, ରଜତ ଅଗ୍ରୱାଲ, ଜମ୍ବେଶ୍ୱର ମିଶ୍ର, ସାଲିକା କୁମାରୀ ସିଂ, ଆନି ପ୍ରକାଶ ପ୍ରମୁଖଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories