ଜମି ମାଫିଆଙ୍କ ଗୁଣ୍ଡାରାଜ ବିରୋଧରେ ଦଳିତ ମହାସଂଘର ଧାରଣା

ପିପିଲି :ପିପିଲିରେ ଏବେ ଜମି ମାଫିଆଙ୍କ ଗୁଣ୍ଡାରାଜ୍‍ ବଢିଚାଲିଛି । ବିଲ୍‍ଡରମାନେ ଗରିବ ଚାଷୀଙ୍କୁ ଶୋଷଣ କରୁଥିବା ବେଳେ ପୁଲିସ ଓ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି । ଗରିବ ଚାଷୀଙ୍କ ଠାରୁ ଜମିକିଣିବା ପରେ ବିଲ୍‍ଡର ଓ ଜମି ମାଫିଆମାନେ ସେମାନଙ୍କୁ ଜମିର ଉଚିତ୍‍ ମୂଲ୍ୟ ନଦେଇ ଶୋଷଣ କରୁଛନ୍ତି ।

ଏପରିକି ସରକାରୀ ଗୋଚରଜମି ଓ ସରକାରୀ ସଫେଇନାଳରେ ବେଆଇନ ଭାବେ ବଡବଡ ପ୍ରାଚୀର, କୋଠାଘର ଓ ପୋଲ ଆଦି ନିର୍ମାଣ କରାଯାଉଥିବା ବେଳେ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି ।ଏଭଳି ଗୁରୁତର ଅଭିଯୋଗ ଜାତୀୟ ଦଳିତ, ଆଦିବାସୀ, ସଂଖ୍ୟାଲଘୁ ମହାସଂଘ ପକ୍ଷରୁ କରାଯାଇଛି । ସୋମବାରରେ ଶିଉଳା ଛକସ୍ଥିତ ନୀଳକଣ୍ଠେଶ୍ୱର ଦେବଙ୍କ ମନ୍ଦିର ସମ୍ମୁଖଜାତୀୟ ରାଜପଥ ପାଶ୍ୱର୍ରେ ସାଢେ ୩ଘଣ୍ଟା କାଳ ଗଣଧାରଣା ଦିଆଯାଇଥିଲା ।

Comments are closed.