www.samajalive.in
Friday, December 12, 2025
14.1 C
Bhubaneswar

ଧଉଳି ଠାରେ ଯୁବତୀଙ୍କ ଉପରେ ଏସିଡ୍‍ ଆକ୍ରମଣ ଘଟଣା, ପୂର୍ବରୁ ଅନେକ ଥର ହତ୍ୟା ଧମକ ଦେଇଥିଲା ଅଭିଯୁକ୍ତ

ପିପିଲି: ବୁଧବାର ଅପରାହ୍ନରେ ଧଉଳି ଠାରେ ପିପିଲି ଅଞ୍ଚଳର ଜଣେ ୨୨ ବର୍ଷିୟା ଯୁବତୀ ଉପରେ ହୋଇଥିବା ଏସିଡ୍‍ ମାଡ ଓ ନିଆଁ ଲଗାଇ ହତ୍ୟା ଉଦ୍ୟମ କରିବା ଭଳି ସଙ୍ଗୀନ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି। ଏହା ପୂର୍ବରୁ ଉକ୍ତ ଯୁବତୀଙ୍କୁ ଅଭିଯୁକ୍ତ ଜଣକ ବାରମ୍ବାର ହତ୍ୟା ଧମକ ଦେଇଥିବା ବେଳେ ଗତକାଲିର ଘଟଣାକୁ ନେଇ ଯୁବତୀଙ୍କ ସମେତ ତାଙ୍କ ପରିବାର ଲୋକେ ଏବେ ଭୟଭିତ ଅବସ୍ଥାରେ ରହିଛନ୍ତି। ଏହି ମରଣାନ୍ତକ ଆକ୍ରମଣରେ ଗୁରୁତର ହୋଇଥିବା ଯୁବତୀଙ୍କୁ କ୍ୟାପିଟାଲ ହସ୍‍ପିଟାଲ୍‍ରେ ଚିକିତ୍ସା କରାଇବା ପରେ ଧଉଳୀ ପୁଲିସ ତାଙ୍କୁ ନିଜର ପିପିଲି ସ୍ଥିତ ବାସଭବନରେ ଛାଡିଥିବା ବେଳେ ଏବେ ସୁଦ୍ଧା ସେ ସୁସ୍ଥ ହୋଇନଥିବା ଓ ଯନ୍ତ୍ରଣା ଭୋଗୁଥିବା ସୂଚନା ମିଳିଛି। ତେବେ ଯୁବତୀଙ୍କ ଚିକିତ୍ସା ପାଇଁ ପିପିଲି ତହସିଲଦାର ସପନ କୁମାର ନନ୍ଦ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିରୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ଆକ୍ରମଣର ଶିକାର ହୋଇଥିବା ପିପିଲି ଥାନା ଅଞ୍ଚଳର ଉକ୍ତ ୨୨ ବର୍ଷିୟା ଦଳିତ ସଂପ୍ରଦାୟର ଯୁବତୀଙ୍କ କହିବା ଅନୁଯାଇ, ସେ କଲେଜରେ ପାଠ ପଢୁଥିବା ବେଳେ ୨୦୧୯ ମସିହାରେ ନିମାପଡା ଥାନା ଚଅଁରପଦା ଅଞ୍ଚଳର ପପୁନୀ ରାଉତ(୨୨)ଙ୍କ ସହ ଫେସ୍‍ବୁକ୍‍ରୁ ତାଙ୍କର ସଂପର୍କ ଗଢି ହୋଇଥିଲା। ପରେ ସେହିବର୍ଷ ଅଗଷ୍ଟ ମାସରେ ଯୁବତୀଙ୍କ ଅନିଚ୍ଛା ସତ୍ତେ୍ୱ ତାଙ୍କୁ ପପୁନି ବ୍ଲାକମେଲିଂ କରି ବାଧ୍ୟ କରି କୋର୍ଟ ମ୍ୟାରେଜ୍‍ କରିଥିଲା। ତେବେ ଏହାକୁ ନେଇ ଯୁବତୀ ଜଣକ ଚିନ୍ତାରେ ଥିବା ବେଳେ ଅଭିଯୁକ୍ତ ପପୁନି ତାଙ୍କୁ ବିଭିନ୍ନ ସମୟରେ ଫୋନ୍‍ରେ ବିଭିନ୍ନ ଧମକଚମକ ଦେବା ସହ ହତ୍ୟା ଧମକ ମଧ୍ୟ ଦେଉଥିଲା। ବିବାହ ପ୍ରମାଣପତ୍ର ଦେଇଦେବ କହି ବୁଧବାର ଅଭିଯୁକ୍ତ ଉକ୍ତ ଯୁବତୀଙ୍କୁ ଧଉଳୀକୁ ଡାକିଥିଲା। ଯୁବତୀ ଜଣକ ବସ୍‍ ଯୋଗେ ପିପିଲି ବଜାର ଓ ସେଠାରୁ ଏକ ଅଟୋରେ ଧଉଳୀକୁ ଯାଇଥିଲେ। ଧଉଳୀରେ ଦିନ ପ୍ରାୟ ଗୋଟାଏରେ ପହଞ୍ôଚବା ପରେ ସେଠାରେ ଅଭିଯୁକ୍ତ ଉକ୍ତ ଯୁବତୀଙ୍କ ସହ କିଛି ସମୟ ବୁଲାବୁଲି କରିଥିଲେ। ବିବାହକୁ ନେଇ ଯୁବତୀଙ୍କ ସହ ଅଭିଯୁକ୍ତ ଝଗଡା କରିଥିଲା। ଅଭିଯୁକ୍ତ ସେଠାରେ ମଦ ପିଇଥିଲା। ଅପରାହ୍ନ ସାଢେ ୩ରୁ ସାଢେ ୪ଟା ମଧ୍ୟରେ ହାତରେ ଧରିଥିବା ଏକ ଜରି ଗିଲାସରେ (ୟୁଜ୍‍ ଆଣ୍ଡ ଥ୍ରୋ ଗ୍ଲାସ) ଏସିଡ୍‍ ଭଳି ଦେଖା ଯାଉଥିବା ତରଳ ପଦାର୍ଥକୁ ସେ ଯୁବତୀଙ୍କ ମୁଁହ ଉପରକୁ ଫୋପାଡି ଦେଇଥିଲା ଓ ନିଆଁ ଲଗାଇ ଦେଇଥିଲା। ଏଥିରେ ଯୁବତୀର ବାମପାଶ୍ୱର୍ ମୁଁହ ପୋଡି ଯାଇଥିବା ବେଳେ ସେ ଗୁରୁତର ଭାବେ ଆହତ ହୋଇଥିଲେ ଓ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ଜୀବନ ବିକଳରେ ଯୁବତୀ ଜଣକ ସେଠାରୁ ଧଉଳି ଥାନାକୁ ଆସି ପୁଲିସକୁ ଘଟଣା ସଂପର୍କରେ ଜଣାଇଥିଲେ। ପୁଲିସ ଯୁବତୀଙ୍କୁ କ୍ୟାପିଟାଲ ହସ୍‍ପିଟାଲ୍‍ରେ ଭର୍ତ୍ତି କରାଇ ଚିକିତ୍ସିତ କରାଇବା ପରେ ତାଙ୍କୁ ନିଜର ପିପିଲି ସ୍ଥିତ ବାସଭବନରେ ଛାଡିଥିଲା। ଏନେଇ ଧଉଳୀ ପୁଲିସରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଫେରାର ଥିବା ଅଭିଯୁକ୍ତ ପପୁନିକୁ ଗିରଫ କରିବା ପାଇଁ ଧଉଳୀ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ସୂଚନା ମିଳିଛି। ବିଚ୍‍ ରାସ୍ତରେ ଗୁଳି କରି ହତ୍ୟା କରିବା ପାଇଁ ଯୁବତୀଙ୍କୁ ଅଭିଯୁକ୍ତ ଧମକ ଦେଇଥିବା ନେଇ ଯୁବତୀ ଜଣକ ପ୍ରକାଶ କରିଥିବା ବେଳେ ସେ ଓ ତାଙ୍କ ପରିବାର ଅତ୍ୟନ୍ତ ଭୟଭିତ ଅବସ୍ଥାରେ ଥିବା କହିଛନ୍ତି। ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଯୁବତୀ ଜଣକ ଦାବି କରିବା ସହ ତାଙ୍କୁ ଓ ତାଙ୍କ ପରିବାରକୁ ପୁଲିସ ସୁରକ୍ଷା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories