www.samajalive.in
Sunday, December 7, 2025
26.1 C
Bhubaneswar

ପିପିଲି ବିଦ୍ୟୁତ କାର୍ଯ୍ୟାଳୟକୁ ୩୩କେଭି ଭୂତଳ କେବୁଲ ସଂଯୋଗୀକରଣ କାର୍ଯ୍ୟ ଶୁଭାରମ୍ଭ

ପିପିଲି: ପିପିଲି ବାଇପାସ ରାସ୍ତାର ତରାକାଜ ଛକଠାରୁ ପିପିଲି ବିଦ୍ୟୁତ କାର୍ଯ୍ୟାଳୟକୁ(ପିଏସ୍‌‌ଏସ୍‌‌) ୩୩କେଭି ଭୂତଳ କେବୁଲ ସଂଯୋଗୀକରଣ କାର୍ଯ୍ୟକୁ ଟିପିସିଓଡିଏଲ ଟିମ୍‌‌ ଲିଡ୍‌‌ ପ୍ରୋଜେକ୍ଟ ମୁଖ୍ୟ ଜିତେନ କୁମାର ମିଶ୍ର ବୁଧବାର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ପାୱାର ଡେଭଲପମେଣ୍ଟ ପ୍ରୋଗ୍ରାମ(ସିଏମ୍‌‌ପିଡିପି) ଯୋଜନାରେ ଏଥିଲାଗି ୧.୫୭ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଆସନ୍ତା ଜାନୁଆରୀ ୧୫ ତାରିଖ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ନିର୍ଦ୍ଦେଶ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିପିଲି ବିଦ୍ୟୁତ ଉପଖଣ୍ଡ ଅଧିକାରୀ ବିପିନ କୁମାର ସାହୁ, ଯନ୍ତ୍ରୀ କଲ୍ୟାଣ ସୂତ୍ରଧର, ଟିପିସିଓଡିଏଲ ପ୍ରକଳ୍ପ ଯନ୍ତ୍ରୀ ସାନ୍ତନୁ ନାଥ ପ୍ରମୁଖ ଉପସ୍ଥିତ ଥିଲେ।

ନିମାପଡ଼ା ନିକଟ ଦିଘାଳ ସ୍ଥିତ ୧୩୨/୩୩ କେଭି ବିଦ୍ୟୁତ ଗ୍ରୀଡ୍‌‌ ସବ୍‌‌ଷ୍ଟେସନ୍‌‌ରୁ ପିପିଲି ବାଇପାସ ରାସ୍ତାର ତରାକାଜ ଛକ ନିକଟରେ ଥିବା ୪ ଥାକିଆ ବିଦ୍ୟୁତ୍‌‌ ଖୁଣ୍ଟି ଦେଇ ଜାତୀୟ ରାଜପଥ ଅତିକ୍ରମ କରି ପିପିଲିକୁ ୩୩କେଭି ବିଦ୍ୟୁତ ଆସୁଥିଲା। ତେବେ ପିପିଲି ବ୍ଳକ ଅନ୍ତର୍ଗତ ମଙ୍ଗଳପୁର ନିକଟ ଠଣଠଣା ସ୍ଥିତ ୧୩୨/୩୩ କେଭି ବିଦ୍ୟୁତ ଗ୍ରୀଡ୍‌‌ ସବ୍‌‌ଷ୍ଟେସନ୍‌‌ରୁ ଗତ ଅକ୍ଟୋବର ୭ ତାରିଖରେ ପିପିଲି ଓ ମଙ୍ଗଳପୁର ଝିଲିମିଲିପାଟଣା ସ୍ଥିତ ୩୩/୧୧ କେଭି ବିଦ୍ୟୁତ ସବ୍‌‌ଷ୍ଟେସନକୁ ୩୩କେଭି ବିଦ୍ୟୁତ ଯୋଗାଣ ହୋଇଥିଲା। ତରାକାଜ ଛକ ସ୍ଥିତ ୪ଥାକିଆ ବିଦ୍ୟୁତ ଖୁଣ୍ଟିରେ ଦିଘାଳ ଗ୍ରୀଡ୍‌‌ରୁ ଆସୁଥିବା ୩୩କେଭି ବିଦ୍ୟୁତ ଲାଇନର ସଂଯୋଗକୁ କଟାଯାଇ ଠଣଠଣା ଗ୍ରୀଡ୍‌‌ର ୩୩କେଭି ବିଦ୍ୟୁତ ଲାଇନକୁ ସଂଯୋଗ କରାଯାଇଥିଲା। ଫଳରେ ପିପିଲିକୁ ପୂର୍ବରୁ ଆସୁଥିବା ଦିଘାଳ ଗ୍ରୀଡ୍‌‌ର ୩୩କେଭି ବିଦ୍ୟୁତ ସଂଯୋଗ ଛିନ୍ନ ହୋଇଯାଇଥିଲା ଓ କେବଳ ଠଣଠଣା ଗ୍ରୀଡ୍‌‌ର ୩୩କେଭି ବିଦ୍ୟୁତ ସଂଯୋଗ ରହିଥିଲା। ଏହି ସମସ୍ୟାର ସମାଧାନ ପାଇଁ ତରାକାଜ ଛକ ସ୍ଥିତ ୪ ଥାକିଆ ବିଦ୍ୟୁତ ଖୁଣ୍ଟିରୁ ପିପିଲି ବିଦ୍ୟୁତ କାର୍ଯ୍ୟାଳୟକୁ(ପିଏସ୍‌‌ଏସ୍‌‌) ୩୩ କେଭି ଭୂତଳ କେବୁଲ ସଂଯୋଗୀକରଣ କାର୍ଯ୍ୟ କରାଯାଉଥିବା ସଂପର୍କରେ ପିପିଲି ବିଦ୍ୟୁତ ଉପଖଣ୍ଡ ଅଧିକାରୀ ବିପିନ କୁମାର ସାହୁ ସୂଚନା ଦେଇଛନ୍ତି। ଏହା ଫଳରେ ପିପିଲି ବିଦ୍ୟୁତ କାର୍ଯ୍ୟାଳୟ(ପିଏସ୍‌‌ଏସ୍‌‌)କୁ ଉଭୟ ଦିଘାଳ ଓ ଠଣଠଣା ଗ୍ରୀଡ୍‌‌ର ୩୩କେଭି ବିଦ୍ୟୁତ୍‌‌ ସଂଯୋଗ ରହିବ। ପିପିଲି ପିଏସ୍‌‌ଏସ୍‌‌ ମଧ୍ୟରେ ଏକ ଆରଏମୟୁ ମେସିନ ଲଗାଯିବ, ଯାହାଦ୍ୱାରା ଗୋଟିଏ ଗ୍ରୀଡ୍‌‌ର ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହେଲେ ତତ୍‌‌କ୍ଷଣାତ୍‌‌ ଅନ୍ୟ ଗ୍ରୀଡ୍‌‌ର ୩୩କେଭି ବିଦ୍ୟୁତକୁ ପିଏସଏସକୁ ସଂଯୋଗ କରାଯାଇପାରିବ। ଯାହାଫଳରେ ପିପିଲି ବିଦ୍ୟୁତ ଉପଖଣ୍ଡ ଅଞ୍ଚଳର ୩୫ହଜାରରୁ ଊର୍ଦ୍ଧ୍ବ ଉପଭୋକ୍ତା ନିରବଚ୍ଛିନ୍ନ ବିଦ୍ୟୁତ ସେବା ପାଇପାରିବେ ବୋଲି ଶ୍ରୀସାହୁ ସୂଚନା ଦେଇଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories