www.samajalive.in
Sunday, December 14, 2025
23.1 C
Bhubaneswar

ଖଣ୍ଡିଆଗିରି ଆଦର୍ଶ ଉଦ୍ୟାନ ଲୋକାର୍ପିତ

ପିପିଲି:ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‍ଏସି) ଅନ୍ତର୍ଗତ ଖଣ୍ଡିଆଗିରି ଗ୍ରାମ ଠାରେ ୭୫ଲକ୍ଷ ଟଙ୍କା ବ୍ୟୟରେ ନବନିର୍ମିତ ଆଦର୍ଶ ଉଦ୍ୟାନକୁ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଆନୁଷ୍ଠାନିକ ଭାବେ ଲୋକାର୍ପିତ କରିଛନ୍ତି। ଏକ ଏକରରୁ ଉର୍ଦ୍ଧ ଜମିରେ ନିର୍ମାଣ ହୋଇଥିବା ଏହି ଅତ୍ୟାଧୁନିକ ସ୍ମାର୍ଟ ପାର୍କରେ ବୟସ୍କ ବ୍ୟକ୍ତିଙ୍କ ପାଇଁ ଚାଲିବା ପଥ, ଖୋଲାରେ ବ୍ୟାୟାମ ପାଇଁ ଅତ୍ୟାଧୁନିକ ଉପକରଣର, ଶିଶୁଙ୍କ ପାଇଁ କ୍ରୀଡା ଉପକରଣ, ଯୋଗାଭ୍ୟାସ ପାଇଁ ସମସ୍ତ ବ୍ୟବସ୍ଥା ସହ ଆଲୋକ ଓ ସଙ୍ଗୀତ ବ୍ୟବସ୍ଥା ଆଦି ରହିଛି। ପିପିଲି ଉପନିର୍ବାଚନ ପୂର୍ବରୁ ଗତ ୨୦୨୦ ଫେବୃଆରୀ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ପ୍ୟାକେଜ୍‍ରେ ଏହି ଆଦର୍ଶ ଉଦ୍ୟାନର ନିର୍ମାଣ ପାଇଁ ଘୋଷଣା କରିବା ସହ ଅର୍ଥ ମଞ୍ଜୁର କରିଥିଲେ।

ସ୍ୱାୟତ୍ତ ଶାସନ ଦିବସ ଅବସରରେ ବିଧାୟକ ଶ୍ରୀ ମହାରଥୀ ଏହି ଆଦର୍ଶ ଉଦ୍ୟାନକୁ ଲୋକାର୍ପିତ କରିବା ଅବସରରେ ପୌରାଞ୍ଚଳର ବିକାଶ ସଂପର୍କରେ ଆଲୋକପାତ କରିଥିଲେ। ଏହି ଉଦ୍ୟାନର ଆବଶ୍ୟକ ସୁରକ୍ଷା ଓ ରକ୍ଷଣାବେକ୍ଷଣ ଦିଗରେ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ରାଜ୍ୟ ସଂପାଦକ ପ୍ରୀୟବ୍ରତ ସାମନ୍ତରାୟ, ଏନ୍‍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପୂଜା ରାଉତ, ପିପିଲି ପୌରାଧ୍ୟକ୍ଷ ସେକ୍‍ ବାବୁ, ପୌର ଉପାଧ୍ୟକ୍ଷା ଭାଗ୍ୟବତୀ ମହାରଣା, ସାଂସଦ ପ୍ରତିନିଧି ସେକ୍‍ ଆବିଦ ଉଦ୍ଦିନ, ଏନ୍‍ଏସି ସହକାରୀ ଯନ୍ତ୍ରୀ ଦେବବ୍ରତ ଷଡଙ୍ଗୀ, କନିଷ୍ଠ ଯନ୍ତ୍ରୀ ରଶ୍ମିରଞ୍ଜନ ବେହେରା, ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ, ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତି ସାହୁ, ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ, ସୁଶାନ୍ତ କୁମାର ମଲ୍ଲିକ, ଖଣ୍ଡିଆଗିରି କାଉନ୍‍ସିଲର ରଞ୍ଜୁକ୍ତା ବରାଳ, ପୁରୀ ଜିଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ପିପିଲି ବ୍ଲକ ଆତ୍ମା କମିଟି ଅଧ୍ୟକ୍ଷ ପ୍ରକାଶ କୁମାର ଧଳ, ଏନ୍ଏସି ବିଜେଡି ସଭାପତି ଶରତ କୁମାର ବାରିକ, ଯୁବ ସଂଗଠକ ତ୍ରିନାଥ ପ୍ରଧାନ, ସୁନିଲ କୁମାର ବରାଳ, କାଉନ୍‍ସିଲର ସୌମ୍ୟରଞ୍ଜନ ସ୍ୱାଇଁ, ଚନ୍ଦନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏହା ପରେ ବିଧାୟକ ଶ୍ରୀମହାରଥୀ ପିପିଲି ସାପ୍ତାହିକ ହାଟ ପରିସରରେ ଏନ୍‍ଏସି ପକ୍ଷରୁ ନିର୍ମିତ ଭେଣ୍ଡିଂଗ ଜୋନ୍‍, ୧୫ନଂ ୱାର୍ଡରେ ନିର୍ମିତ ମିଶନ ଶକ୍ତି ଗୃହ ଓ ଶିରିଆପୁର ଗ୍ରାମରେ ନିର୍ମିତ ମିଶନ ଶକ୍ତି ଗୃହକୁ ଉଦ୍‍ଘାଟନ କରିଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories