www.samajalive.in
Sunday, December 7, 2025
23.1 C
Bhubaneswar

ଡକାୟତି ଯୋଜନା ପଣ୍ଡ; ୫ଗିରଫ

ପିପିଲି: ପିପିଲି ଥାନା ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ନିକଟବର୍ତ୍ତୀ ଭୋଗୁଆବାଙ୍କ ଛକଠାରେ ଶନିବାର ରାତିରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୁଲିସ ଚଢାଉ କରି ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କଠାରୁ କଟୁରୀ, ଛୁରୀ, ଆରିପାତିଆ, ଟର୍ଚ୍ଚ ଆଦିକୁ ପୁଲିସ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଦାଣ୍ଡମୁକୁନ୍ଦପୁର ଅନ୍ତର୍ଗତ ସଠସ ଅଞ୍ଚଳର କରୁଣାକର ଘଡେଇ ଓରଫ କରୁଣା (୩୩), ମାନସ ପରିଡ଼ା ଓରଫ ମାନିଆ (୩୫), ରୁଦ୍ରନାରାୟଣ ସ୍ୱାଇଁ (୨୧), ଅମରେଶ୍ୱର ଘଡେଇ ଓରଫ ଲିପୁ (୨୮) ଓ ପିପିଲି ଜୟପୁରକିଲ୍ଲା ମଠସାହି ଅଞ୍ଚଳର ଚନ୍ଦନ ବେହେରା(୨୪)। ସମସ୍ତ ଅଭିଯୁକ୍ତଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ କରୁଣା ନାମରେ ପିପିଲି ଥାନାରେ ଏହାପୂର୍ବରୁ ୪ଟି ଅପରାଧିକ ମାମଲା ରହିଥିବା ବେଳେ ମାନିଆ ନାମରେ ୮ଟି ମାମଲା, ରୁଦ୍ର ନାମରେ ୪ଟି ମାମଲା, ଲିପୁ ନାମରେ ୫ଟି ମାମଲା ଓ ଚନ୍ଦନ ନାମରେ ଡେଲାଙ୍ଗ ଥାନାରେ ଗୋଟିଏ ମାମଲା ରହିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଶନିବାର ରାତିରେ ପିପିଲି ଥାନା ଏଏସ୍‌‌ଆଇ ରମାକାନ୍ତ ସାହୁ ରାତ୍ର ପାଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଦାଣ୍ଡମୁକୁନ୍ଦପୁର ବାଇପାସ ରାସ୍ତାର ଭୋଗୁଆବାଙ୍କ ଛକ ନିକଟରେ ଥିବା ଏକ ନିକାଞ୍ଚନ ସ୍ଥାନ ଉପରେ ଚଢାଉ କରିଥିଲେ। ସେଠାରେ ଡକାୟତି ପାଇଁ ଯୋଜନା କରୁଥିବା ଉପରୋକ୍ତ ୫ ଅଭିଯୁକ୍ତ ପୁଲିସକୁ ଦେଖି ଦୌଡି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ସେମାନଙ୍କୁ ଗୋଡାଇ ଧରିବାରେ ସଫଳ ହୋଇଥିଲା। ସେମାନଙ୍କ ନିକଟରୁ କଟୁରୀ, ଛୁରୀ, ଆରିପାତିଆ, ଟର୍ଚ୍ଚ ଆଦିକୁ ପୁଲିସ ଜବତ କରିଥିଲା। ଏନେଇ ଏଏସ୍‌‌ଆଇ ଶ୍ରୀ ସାହୁଙ୍କ ଲିଖିତ ଅଭିଯୋଗ ଉପରେ ପିପିଲି ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏସ୍‌‌ଆଇ ରାଜନ ବିଶୋଇଙ୍କୁ ଘଟଣାର ତଦନ୍ତ କରିବାକୁ ଆଇଆଇସି ଦୀପକ କୁମାର ଖଣ୍ଡାୟତରାୟ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

- Advertisement -

 

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories