ପାଣିମୋଟର ଚୋରି ଘଟଣାରେ ୩ ଗିରଫ
ପିପିଲି : ସାତଶଙ୍ଖ ଫାଣ୍ଡି ଅନ୍ତର୍ଗତ ପାରିପୋଟଳ ଗ୍ରାମର ଚାଷୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଚାଷଜମିରୁ ଚୋରି ହୋଇଥିବା ଏକ ୫ ଏଚ୍ପି ପାଣିମୋଟରକୁ ପୁଲିସ ଜବତ କରିବା ସହ ଏହି ଚୋରି ଘଟଣାରେ ସମ୍ପୃକ୍ତ ଥିବା ୩ଜଣଙ୍କୁ ଗିରଫ କରି ବୁଧବାର ଅଦାଲତ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ବଳଙ୍ଗା ଥାନା ଅନ୍ତର୍ଗତ ନାଲିଅଣା ଗ୍ରାମର ହରପ୍ରସାଦ ପଣ୍ଡା (୩୫), ସଦାଶିବମ ବେହେରା (୪୮) ଓ ପିପିଲି ନରସିଂହପୁର ଅଞ୍ଚଳର ଇମ୍ରାନ ଖାଁ ଓରଫ ରାଜା (୩୦)। ସୂଚନା ଅନୁଯାଇ, ଗତ ୨୭ ତାରିଖ ରାତିରେ ପୂର୍ଣ୍ଣଚନ୍ଦ୍ରଙ୍କ ଚାଷଜମିରେ ଥିବା ଉଠା ଜଳସେଚନ ପ୍ରକଳ୍ପରେ ଲାଗିଥିବା ୫ଏଚ୍ପି କ୍ଷମତା ସମ୍ପନ୍ନ ପାଣିମୋଟର ଓ ଟ୍ୟୁୱେଲ୍ ଚୋରି ହୋଇଥିବା ସମ୍ପର୍କରେ ପୁଲିସରେ ଅଭିଯୋଗ ହୋଇଥିଲା। ପିପିଲି ଥାନାଧିକାରୀ ଦୀପକ କୁମାର ଖଣ୍ଡାୟତରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସାତଶଙ୍ଖ ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ମଲ୍ଲିକ ଘଟଣାର ତଦନ୍ତ କରିବା ସହ ନାଲିଅଣା ଗ୍ରାମରୁ ଚୋରି ମୋଟରକୁ ଜବତ କରିବା ସହ ଉପରୋକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ଏହି ଘଟଣାରେ ଫେରାର ଥିବା ଅନ୍ୟଜଣେ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି।
Comments are closed.