www.samajalive.in
Sunday, December 7, 2025
26.1 C
Bhubaneswar

ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ଖାଲ

ପିପିଲି :ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ବାଇପାସ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲର ମରାମତି ଦିଗରେ ଜାତୀୟ ରାଜପଥ ବିଭାଗର ଅବହେଳାକୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି। ଦୀର୍ଘ ଦିନ ଧରି ଜାତୀୟ ରାଜପଥରେ ଏହି ଖାଲ ସୃଷ୍ଟି ହୋଇଥିବା ବେଳେ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ସ୍ଥାନୀୟ ଲୋକେ ଏକ ଟାୟାର ସହ ଗଛର ଡାଳକୁ ସେଠାରେ ପୋତିଥିବା ପରିଲକ୍ଷିତ ହୋଇଛି।
ଜାତୀୟ ରାଜପଥର ପିପିଲି ବାଇପାସ ରାସ୍ତାର ଫ୍ଲାଏଓଭର ନିକଟରେ ପୁରୀ ଦିଗକୁ ଥିବା ରାସ୍ତା ପାଶ୍ୱର୍କୁ ଲାଗି ଏଭଳି ଖାଲ ରହିଛି। ଦୈନିକ ଶହ ଶହ ସଂଖ୍ୟାରେ ଗାଡିମୋଟର ଏହି ରାସ୍ତାରେ ଚଳାଚଳ କରୁଥିବା ବେଳେ ଏହି ଖାଲ ଯୋଗୁଁ ଯିବା ଆସିବା ବେଳେ ଲୋକେ ପଡି ଖଣ୍ଡିଆଖାବରା ହେଉଛନ୍ତି। ବିଶେଷ କରି ରାତି ସମୟରେ କେତେକ ଗାଡି ଚାଳକ ଉକ୍ତ ଖାଲକୁ ଦେଖି ନପାରିବା କାରଣରୁ ସେଥିରେ ପଡି ଆହତ ହେଉଥିବା ସୂଚନା ମିଳିଛି।
ସାମାନ୍ୟ ବର୍ଷାରେ ଏହି ଖାଲରେ ପାଣି ଭର୍ତ୍ତି ହୋଇ ରାସ୍ତା ସହ ସମାନ ହୋଇଯାଉଥିବାରୁ ଛୋଟମୋଟ ଦୁର୍ଘଟଣାମାନ ଘଟୁଛି। ଲୋକଙ୍କୁ ଦୁର୍ଘଟଣାରୁ ବଞ୍ଚାଇବା ପାଇଁ ତଥା ସତର୍କତା ସୃଷ୍ଟି କରାଇବା ପାଇଁ ସ୍ଥାନୀୟ କେତେକ ଲୋକେ ଉକ୍ତ ଖାଲରେ ଏକ ଟାୟାର ସହ ଗଛଡାଳକୁ ପୋତିଥିବା ପରିଲକ୍ଷିତ ହୋଇଛି। ୨ରୁ ୩ ଦିନ ବ୍ୟବଧାନରେ ଉକ୍ତ ଗର୍ତ୍ତରେ ଗଛଡାଳ ବଦଳା ଯାଉଥିବାର ସୂଚନା ମିଳିଛି।
ଏହି ଖାଲ ସହ ସେଠାରେ ରାଜପଥ କଡରେ ଏକାଧିକ ଖାଲ ସୃଷ୍ଟି ହୋଇଥିବା ବେଳେ ଗାଡି ଚାଳକ ସାମାନ୍ୟ ଅସାବଧାନ ହେଲେ ଦୁର୍ଘଟଣା ଘଟି ଜୀବନ ହାନୀର ଯଥେଷ୍ଟ ଆଶଙ୍କା ରହିଛି। ଏନେଇ ବାରମ୍ବାର ଅଭିଯୋଗ କରିବା ସତ୍ତେ୍ୱ ମଧ୍ୟ ଏହାକୁ ମରାମତି କରିବା ଦିଗରେ ବିଭାଗ ଆଦୌ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି। ଜାତୀୟ ରାଜପଥର ରକ୍ଷଣାବେକ୍ଷଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ଥିବା ଏହି ଖାଲର ମରାମତି ଦିଗରେ ବିଭାଗୀୟ ଉଦାସିନତାକୁ ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ରଥଯାତ୍ରା ପୂର୍ବରୁ ଏହି ଜାତୀୟ ରାଜପଥର ବିଭିନ୍ନ ମରାମତି କାର୍ଯ୍ୟ ହୋଇଥିବା ବେଳେ ସେ ସମୟରେ ଏହି ଖାଲଖାମାକୁ ମରାମତି କରିବା ଦିଗରେ ରାଜପଥ ବିଭାଗ ଆଗ୍ରହ ନଦେଖାଇବା ଘଟଣା ସମସ୍ତଙ୍କୁ ଚକିତ କରିଛି। କୌଣସି ବଡ ଧରଣର ଦୁର୍ଘଟଣା ଘଟିବା ପୂର୍ବରୁ ବିଭାଗ ପକ୍ଷରୁ ତୁରନ୍ତ ଏହାର ମରାମତି ପାଇଁ ସାଧାରଣରେ ଦାବି କରାଯାଇଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories