www.samajalive.in
Tuesday, December 9, 2025
15.1 C
Bhubaneswar

ପ୍ରଫେସର ପ୍ରମୋଦ କୁମାର ସାହୁ ସିଫାର ନୂତନ ନିର୍ଦେଶକ

ପିପିଲି:ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ପକ୍ଷରୁ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁର ଜଳ ଜୀବପାଳନ ସଂସ୍ଥା (ସିଫା)ର ନିର୍ଦେଶକ ଭାବେ ବିଶିଷ୍ଟ ବୈଜ୍ଞାନିକ ତଥା ଜାତୀୟ ପ୍ରଫେସର ପ୍ରମୋଦ କୁମାର ସାହୁଙ୍କୁ ନିଯୁକ୍ତ କରାଯାଇଛି।
ଗତ ତିନି ଦଶନ୍ଧି ଧରି ମତ୍ସ୍ୟରୋଗ ପରିଚାଳନା କ୍ଷେତ୍ରରେ ଜଣେ ଅନ୍ତରାଷ୍ଟ୍ରୀୟ ଗବେଷକ ଭାବରେ ସୁପରିଚିତ ପ୍ରଫେସର ସାହୁ ସିଫାରେ ପ୍ରଧାନ ବୈଜ୍ଞାନିକ ଭାବରେ କାର୍ଯ୍ୟ କରିବା ସହ ଚଳିତ ବର୍ଷ ଆଇସିଏଆର୍‍ ତରଫରୁ ସମ୍ମାନଜନକ ‘ଜାତୀୟ ପ୍ରଫେସର’ ଉପାଧି ପ୍ରାପ୍ତ ହୋଇଛନ୍ତି। ପ୍ରଫେସର ସାହୁ ୨୦୨୦-୨୧ ମସିହାରେ ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ବିଶ୍ୱର ସର୍ବଶ୍ରେଷ୍ଠ ୨ ଶତାଂଶ ବୈଜ୍ଞାନିକ ତାଲିକାରେ ସ୍ଥାନୀତ ହୋଇଛନ୍ତି। ପ୍ରଫେସର ସାହୁଙ୍କ ଗବେଷଣାର ମୁଖ୍ୟ ଦିଗଟି ହେଲା ସାରା ଦେଶରେ ମତ୍ସ୍ୟରୋଗ ପ୍ରତିରୋଧକ ଶକ୍ତିର ଉନ୍ନତି, ଇମ୍ୟୁନମଡ୍ୟୁଲୋସନ ଓ ଡିଜିଜ୍ ସର୍ଭାଇଭାଲନ୍ସ।

ସାରା ପୃଥିବୀରେ ଆହ୍ୱାନ ସୃଷ୍ଟି କରିଥିବା ‘ଉକୁଣୀପୋକ’ ମାଛଚାଷରେ ଅର୍ଥନୈତିକ କ୍ଷତି ପହଞ୍ଚାଉଥିବା ବେଳେ ସେ ଏ ଦିଗରେ ଅନେକ ଦୃଷ୍ଟାନ୍ତମୂଳକ ଗବେଷଣା କରିଛନ୍ତି। ‘ଟ୍ରିଟ୍ ମାଇଁ ଫିସ୍’ ଆପ୍ର ସ୍ରଷ୍ଟା ପ୍ରଫେସର ସାହୁ ମଧୁର ମାଛରୋଗ ଓ ତା’ର ପ୍ରତିକାର ସମ୍ବନ୍ଧୀୟ ଅନେକ ୟୁଟ୍ୟୁବ୍ ଭିଡିଓ ମଧ୍ୟ କରିଛନ୍ତି। ମଧୁର ମାଛ ରୋଗର ପ୍ରତିକାର ପାଇଁ ଜାତୀୟ ରେଫେରାଲ ଗବେଷଣାଗାର ପ୍ରତିଷ୍ଠାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ପ୍ରାୟ ୧୯ଟି ପ୍ରକଳ୍ପକୁ ସଫଳତାର ସହ ସମ୍ପାଦନ କରିଥିବା ପ୍ରଫେସର ସାହୁ ଅନେକ ଗୁଡ଼ିଏ ଇଣ୍ଟର ଇନଷ୍ଟିଚ୍ୟୁସନାଲ, ଇଣ୍ଟର ଡିସିପ୍ଲିନାରୀ ପ୍ରୋଜେକ୍ଟରେ ଅଦ୍ୟାବଧି କାର୍ଯ୍ୟ କରୁଛନ୍ତି।

- Advertisement -

ଅନେକ ଗୁଡିଏ ପ୍ରଯୁକ୍ତି ବିଦ୍ୟାର ଉଦ୍ଭାବନ କରିବା ସହିତ ତାର ପେଟେଣ୍ଟ ଓ ବାଣିଜ୍ୟକରଣ କରିଛନ୍ତି। ପ୍ରାୟ ୧୦ ଜଣ ପୋଷ୍ଟ ଡକ୍ଟରାଲ ଛାତ୍ରଙ୍କୁ ଗାଇଡ୍ କରିଥିବା ପ୍ରଫେସର ସାହୁଙ୍କର ୨୦୦ରୁ ଅଧିକ ଗବେଷଣାତ୍ମକ ନିବନ୍ଧ ଅନ୍ତରାଷ୍ଟ୍ରୀୟ ପତ୍ରପତ୍ରିକାରେ ପ୍ରକାଶିତ ହୋଇଅଛି। ଜାତୀୟ ଓ ଅର୍ନ୍ତଜାତୀୟ ପୁରସ୍କାର ପ୍ରାପ୍ତ ଏହି ବିଶିଷ୍ଟ ବୈଜ୍ଞାନିକ ଅନେକ ଗବେଷଣାତ୍ମକ ପତ୍ରିକାର ସଂପାଦନ କରିଛନ୍ତି। ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସିଫା କର୍ମଚାରୀଙ୍କ ଦ୍ୱାରା ଆୟୋଜିତ ଭବ୍ୟ ସମ୍ବର୍ଦ୍ଧନା ସଭାରେ ଯୋଗଦାନ କରି ସମସ୍ତେ କଠିନ ପରିଶ୍ରମ କରି ସିଫାକୁ ୧ନଂ ଅନୁଷ୍ଠାନରେ ପରିଣତ କରିବାକୁ ଡଃ ସାହୁ ଆହ୍ୱାନ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories