www.samajalive.in
Monday, December 15, 2025
15.1 C
Bhubaneswar

ଡକାୟତି ଯୋଜନା ବେଳେ ୪ ଅଭିଯୁକ୍ତ ଗିରଫ

ପିପିଲି: ଡକାୟତି ଯୋଜନା କରୁଥିବା ଏକ ଅପରାଧି ଗୋଷ୍ଠିର ୪ଜଣ ଅଭିଯୁକ୍ତଙ୍କୁ ପିପିଲି ପୁଲିସ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ନିକଟରୁ ୨ଟି ବାଇକ୍‍, ଦୁଇଟି ଖଣ୍ଡା ଓ ଦୁଇଟି ଛୁରୀକୁ ପୁଲିସ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପିପିଲି ଥାନା ପୁବାଶାସନ ତୋଟାସାହିର ସତ୍ୟରଞ୍ଜନ ଭୋଇ ଓରଫ ମନ୍ତ୍ରୀ(୨୩), ଚିତ୍ତରଞ୍ଜନ ଭୋଇ ଓରଫ ସୋନୁ (୨୩), ସୁଜିତ କୁମାର ମଲ୍ଲିକ ଓରଫ ପମା (୨୮) ଓ ଉତ୍ତରାଶାସନ ଅଞ୍ଚଳର ବଳରାମ ସାହୁ ଓରଫ ନନ୍ଦୁ (୧୯)। ସମସ୍ତ ଅଭିଯୁକ୍ତଙ୍କୁ ଆଜି ପିପିଲି କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କୁ ନିମାପଡ଼ା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି। ଏହି ଅଭିଯୁକ୍ତମାନେ ଏକାଧିକ ମାମଲାରେ ସଂପୃକ୍ତ ଥିବା ପୁଲିସ ସୂଚନା ଦେଇଛି।

ପ୍ରାପ୍ତ ସୂଚନା ମୁତାବକ, ୧୭ ତାରିଖ ରାତିରେ ସିଫା ନିକଟରେ ଥିବା ଏକ ପରିତ୍ୟକ୍ତ ଘର ମଧ୍ୟରେ ୫ଜଣ ଅପରାଧି ମାରଣାସ୍ତ୍ର ସହ ବସିରହି ଡକାୟତି ପାଇଁ ଯୋଜନା କରୁଥିବା ସଂପର୍କରେ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ସୌମ୍ୟରଞ୍ଜନ ଜେନା ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ସେଠାରେ ଚଢାଉ କରିଥିଲେ। ପୁଲିସ ଉକ୍ତ ଅଭିଯୁକ୍ତଙ୍କ ମଧ୍ୟରୁ ଉପରୋକ୍ତ ୪ଜଣଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଜଣେ ଅପରାଧି ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲା। ଏନେଇ ଫାଣ୍ଡି ଅଧିକାରୀ ଶ୍ରୀଜେନାଙ୍କ ଲିଖିତ ଅଭିଯୋଗ ଉପରେ ପିପିଲି ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତକାରୀ ଅଧିକାରୀ ଏସ୍‍ଆଇ ସଂଘମିତ୍ରା ଚାନ୍ଦ ଘଟଣାର ତଦନ୍ତ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲେ। ଫେରାର ଥିବା ଅନ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories