www.samajalive.in
Sunday, December 14, 2025
23.1 C
Bhubaneswar

ଚୋରୀ ବ୍ୟାଟେରୀ ଉଦ୍ଧାର, ୩ ଚୋର ସମେତ କବାଡିଖାନାର ଅଣଓଡିଆ ଶ୍ରମିକ ଗିରଫ

କୁଚିଣ୍ଡା: କୁଚିଣ୍ଡା ଥାନା ବକ୍ସମା ପଞ୍ଚାୟତ ମହୁକୁମାର ଏକ ଟ୍ରାକ୍ଟଟର ମାଲିକଙ୍କ ଦୁଇ ଗୋଟି ବ୍ୟାଟେରୀ ଚୋରୀ ହୋଇଥିବା ଅଭିଯୋଗ କ୍ରମେ କୁଚିଣ୍ଡା ପୁଲିସ ଚାରି ଚଣଙ୍କୁ ଗିରଫ କରିଛି। କୁଚିଣ୍ଡା ସହରସ୍ଥ ୱାର୍ଡ ୭ରେ ଏକ ସମ୍ଭ୍ରାନ୍ତ ବ୍ୟବସାୟୀ ପରିବାରର କବାଡି ଖାନାରୁ ଚୋରୀ ସାମଗ୍ରୀକୁ ପୁଲିସ ଉଦ୍ଧାର କରିବା ପରେ ପୁଣି ଉକ୍ତ କବାଡି ଖାନାରେ ଚାଲିଥିବା ବେଆଇନ କାରବାରକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

କୁଚିଣ୍ଡା ଥାନା ବକ୍ସମା ପଞ୍ଚାୟତ ମହୁକୁମାସ୍ଥ ବୁଲୁ ପରିଡ଼ାଙ୍କ ଦୁଇଗୋଟି ଟ୍ରାକ୍ଟଟର ବ୍ୟାଟେରୀ ଚୋରୀ ହୋଇଥିବା ଅଭିଯୋଗ ହୋଇଥିଲା। ପୁଲିସ ଏସଂକ୍ରାନ୍ତରେ ତଦନ୍ତ ବେଳେ ବକ୍ସମା ଗ୍ରାମର ଦୀପକ ମାକର, ସଂଜୀବ ଜରଡିଆ, ପ୍ରଭାତ ରାଉତ ଉକ୍ତ ବ୍ୟାଟେରୀ ଦୁଇଟି ଚୋରୀ କରି କୁଚିଣ୍ଡା ସହରସ୍ଥ ୱାର୍ଡ ୭ ଚର୍ଚ୍ଚ ପଡ଼ାରେ ଥିବା କବାଡି ଖାନାରେ ବିକ୍ରୀ କରିଥିବା ଜାଣିବାକୁ ପାଇଥିଲେ। ଏହି ଘଟଣାରେ ପୁଲିସ କବାଡି ଖାନାରେ କାର୍ଯ୍ୟ କରୁଥିବା ଏସ.କେ ସିକନ୍ଦର ନାମକ ଏକ ବଙ୍ଗାଳୀ ଶ୍ରମିକକୁ କ୍ରେତା ଭାବେ ପୁଲିସ ଗିରଫ କରିଛି। କବାଡି ଖାନାରୁ ଦୁଇ ବ୍ୟାଟେରୀକୁ ଉଦ୍ଧାର କରିଛି। ଆଜି ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟଯେ ଉକ୍ତ କବାଡି ଖାନାରେ ଗତ ଦିର୍ଘବର୍ଷ ଧରି ବେଆଇନ କାରବାର ଚାଲୁଥିବା ଅଭିଯୋଗ ହୋଇଆସୁଛି। ଦୁଇ ବର୍ଷ ତଳେ ସହରର ଜନୈକ ସାମ୍ବାଦିକଙ୍କ ଘର ସାମଗ୍ରୀ ଚୋରୀ କରି ଅନୁରୂପ ଭାବେ ସେଠାରେ ବିକ୍ରୀ କରିଥିବା ପୁଲିସ ଜାଣିବାକୁ ପାଇଥିଲା। ସେଥିରେ ସେ ଦୁଇ ଜଣ ଚୋର ସହ କବାଡି ଖାନାର ମ୍ୟାନେଜରଙ୍କୁ ଗିରଫ କରିଥିଲା। ବହୁ ସମୟରେ ଚୋର ମାନେ ଚର୍ଚ୍ଚପଡ଼ାର ନିଛାଟିଆ ସ୍ଥାନରେ ଥିବା ଏହି କବାଡି ଖାନାରେ ବିକ୍ରୀ କରୁଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷେ ପୁଲିସ ଓ ପ୍ରଶାସନ ପ୍ରଭାବୀ ପରିବାରର ଚାପରେ ଢିଲା ଛାଡୁଥିବା ଯୋଗୁଁ ଦୁବୃର୍ତ୍ତ ମାନେ ପ୍ରୋତ୍ସାହିତ ହେଉଥିବା ଅଭିଯୋଗ ହେଉଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories