www.samajalive.in
Sunday, December 14, 2025
19.1 C
Bhubaneswar

ଯାଞ୍ଚ କଡ଼ାକଡି, ମାସ୍କ ନ ପିନ୍ଧିଲେ ଦୁଇଶହ ଟଙ୍କା ଜୋରିମାନା

ରେଙ୍ଗାଲିକେମ୍ପ: ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ତଥା ସାମ୍ପ୍ରତିକ ଓମିକ୍ରନ ଭୂତାଣୁର ସଂକ୍ରମଣ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଲୋକଙ୍କୁ ସଚେତନ କରେଇବା ସହ ପୋଲିସ କଡାକଡି ଭାବରେ ମାସ୍କ ଯାଞ୍ଚ କରିବା ଆରମ୍ଭ କରିଦେଇଛି। ଅତାବିରା ଏନ ଏସି ବିଭିନ୍ନ କାର୍ଯ୍ୟ ନେଇ ଲୋକଙ୍କ ଯିବା ଆସିବା ସହ ବଢୁଥିବା ଜନ ସମାଗମ କୁ ଦେଖି ପୋଲିସ ଜନ ସାଧାରଣଙ୍କ ସୁରକ୍ଷା ନିମନ୍ତେ ଏହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି।ପ୍ରତିଦିନ ସକାଳୁ ଛକ ମାନଙ୍କରେ ଓ ଦିନସାରା ଦୋକାନ ଦୋକାନ ବୁଲି ମଧ୍ୟ ମାସ୍କ ଯାଞ୍ଚ କରୁଛନ୍ତି। ଏହା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ମଧ୍ୟ ତାଗିଦ୍ କରୁଛି। ଏହା ବ୍ୟତୀତ ଓଡ଼ିଶା କୋଭିଡ଼_୧୯ ସଂକ୍ରମଣ ସୁରକ୍ଷା ସଂଶୋଧନ ଧାରା ୪_ଏ ଓ ୪_ବି ଅଧୀନରେ ଥିବା ନିୟମ ଉଲ୍ଲଂଘନ କାରୀ ମାନଙ୍କୁ ଫାଇନ କରାଯିବା ସହ ଦଣ୍ଡବିଧlନ ମଧ୍ୟ କରାଯାଉଛି। ଏହି ଧାରl ଅନୁସାରେ ମାସ୍କ ନ ପିନ୍ଧି ଆଇନ୍ ଉଲ୍ଲଂଘନ କରୁଥିବା ତଥା ଭିଡ଼ ଜାଗାରେ ଛେପ ଖଙ୍କାର ପକେଇବା ଆଦି ବ୍ୟକ୍ତି ଙ୍କୁ ୨୦୦ ଟଙ୍କା ଫାଇନ କରାଯାଇ ମୋଟ ୧୮୪୦୦ ଟଙ୍କା ଫାଇନ ଆଦାୟ କରାଯାଇଛି ।ଅତାବିରା ମାଜିଷ୍ଟ୍ରେଟ ସୌଭାଗ୍ୟ ବେହେରାଙ୍କ ଓ ଥାନା ଅଧିକାରୀ ଅନିଲ କୁମାର ପ୍ରଧାନ ଙ୍କ ସମେତ ସାତ ଜଣିଆ ଦଳ ଗଠନ କରାଯାଇ ଏହି ଯାଞ୍ଚ ପ୍ରକ୍ରିୟା କୁ ତ୍ୱରାନ୍ୱିତ କରାଯାଉଛି କଡl କଡ଼ି ଭାବରେ। କିନ୍ତୁ ଆଶ୍ଚର୍ଯ୍ୟ ଲlଗେ କରୋନା ମହାମାରୀ ର ମହା ପ୍ରକୋପ ଦୀର୍ଘ ଦୁଇ ବର୍ଷ ଧରି ଦେଖି ସାରିବା ପରେ,ଅଙ୍ଗେ ନିଭାଇିବା ପରେ ବି ଏଇ ମଣିଷ ଜାତି ସଚେତନ ହୋଇପାରିନାହିଁ।ଆଜି ବି ପୋଲିସ ପାଖରେ ଦଣ୍ଡିତ ହେଉଛି,ଜୋରିମାନା ଦେଉଛି,ହେଲେ ସଚେତନ ହୋଇ ପାରିନାହିଁ ବଡ ଦୁର୍ଭାଗ୍ୟର କଥା।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories