www.samajalive.in
Monday, December 15, 2025
15.1 C
Bhubaneswar

ଚଳନ୍ତା କାର୍‍ ଉପରେ ଆକ୍ରମଣ, ଅଳ୍ପକେ ବିପଦରୁ ବର୍ତ୍ତିଲେ ପର୍ଯ୍ୟଟକ ପରିବାର

ପିପିଲି: କୋଣାର୍କ-ପିପିଲି ରାଜପଥରେ ଶନିବାର ସଂନ୍ଧ୍ୟାରେ କେତେକ ଅସାମାଜିକ ଯୁବକ ଉନ୍ମତ୍ତକାଣ୍ଡ ଘଟାଇ ଏକ ଚଳନ୍ତା କାର୍‍ ଉପରେ ଆକ୍ରମଣ କରିଥିବା ବେଳେ ଏଥିରେ ଏକ ପର୍ଯ୍ୟଟକ ପରିବାର ଅଳ୍ପକେ ନିଶ୍ଚିତ ବିପଦରୁ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ହାଇୱେ ପାଟ୍ରୋଲିଂ ପୁଲିସ୍‍ ଟିମ୍‍ ସହାୟତାରେ ପିପିଲି ପୁଲିସ ୩ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।

ସୂଚନା ଅନୁଯାୟୀ, ସମ୍ବଲପୁର ବରଗଡ ଅଞ୍ଚଳର ଅକ୍ଷୟ ମେହେର ଆଜି ନିଜ ପରିବାର ସହ ଦୁଇଟି କାରରେ ପୁରୀ ଓ କୋଣାର୍କ ଅଞ୍ଚଳକୁ ଭ୍ରମଣ କରିବାକୁ ଯାଇଥିଲେ। ଗୋଟିଏ କାର୍‍ରେ ଅକ୍ଷୟ ନିଜ ମାଆ, ଭଉଣୀ ଓ ୧୦ମାସର ଭାଣେଜି ସହ ସଂନ୍ଧ୍ୟାରେ କୋଣାର୍କରୁ ଭୁବନେଶ୍ୱର ଫେରୁଥିବା ବେଳେ ଉକ୍ତ କାର୍‍କୁ ୨ଟି ବାଇକ୍‍ରେ ୪ଜଣ ଯୁବକ ସେଠାରୁ ପିଛା କରିଥିଲେ। ବାଟରେ ଉକ୍ତ ଯୁବକମାନେ କାର୍‍କୁ ସାଇଡ୍‍ ମାରିବା ସହ କାର୍‍ ଉପରେ ପାନଛେପ ପକାଇଥିଲେ। ନିମାପଡା ବଜାର ଠାରେ ଅନ୍ୟ ଦୁଇଟି ବାଇକ୍‍ରେ ସେମାନଙ୍କର ଅନ୍ୟ ୪ଜଣ ସହଯୋଗୀ ପହଞ୍ଚି ଉକ୍ତ କାର୍‍ ଉପରେ ଆକ୍ରମଣ କରିଥିଲେ।

- Advertisement -

ଚଳନ୍ତା କାର୍‍ ଉପରକୁ ସେମାନେ ଟେକା ଓ ହାତୁଡି ଫୋପାଡିଥିବା ବେଳେ ଏଥିରେ କାର୍‍ର ପଛ କାଚ ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ସମ୍ମୁଖଭାଗ କାଚ ଫାଟିି ଯାଇଥିଲା। ଅକ୍ଷୟ ତୁରନ୍ତ ନିଜ ମୋବାଇଲ୍‍ ଫୋନ୍‍ରୁ ପୁଲିସ କଂଟ୍ରୋଲ ରୁମ୍‍କୁ ଏସଂପର୍କରେ ସୂଚନା ଦେବା ସହ ପ୍ରାଣ ବିକଳରେ କାର୍‍ ଚଳାଇ ପିପିଲି ଅଭିମୁଖେ ପଳାଇ ଆସିଥିଲେ। ଉକ୍ତ ୮ଜଣ ଅସାମାଜିକ ଯୁବକ ସେମାନଙ୍କୁ ପଛରୁ ବାଇକରେ ଗୋଡାଇ ପିପିଲି ଟୋଲପ୍ଲାଜା ନିକଟରେ କାର୍‍କୁ ଅଟକାଇବା ସହ କାର୍‍ର ଉଭୟ ପାର୍ଶ୍ବ କାଚକୁ ଭାଙ୍ଗି ଦେଇଥିଲେ। ତେବେ ସେହି ସମୟରେ କଂଟ୍ରୋଲ ରୁମ୍‍ରୁ ସୂଚନା ପାଇ ହାଇୱେ ପୁଲିସ ପାଟ୍ରୋଲିଂର ଜୋନ୍‍-୧ ଏସ୍‍ପିଓ ରବି ନାରାୟଣ ମିଶ୍ର ଓ ଜୋନ୍‍-୨ ଏସ୍‍ପିଓ ଜି.ଏନ୍‍ ଖାଁ ସେଠାରେ ପହଞ୍ଚି ଆକ୍ରମଣକାରୀ ଯୁବକଙ୍କ ମଧ୍ୟରୁ ୩ଜଣଙ୍କୁ କାବୁ କରିଥିଲେ। ଉକ୍ତ ଯୁବକଙ୍କୁ ସେମାନେ ପିପିଲି ପୁଲିସର ଜିମା ଦେଇଥିଲେ। ପିପିଲି ପୁଲିସ ଉକ୍ତ ୩ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି।

ଏହି ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଚଳାଇଥିବା ସଂପର୍କରେ ଆଇଆଇସି ଅଭିମନ୍ୟୁ ନାୟକ ସୂଚନା ଦେଇଛନ୍ତି। ଅଟକ ୩ ଯୁବକଙ୍କ ଘର ନିମାପଡା ଅଞ୍ଚଳରେ ହୋଇଥିବା ବେଳେ ସେମାନେ ମଦ୍ୟପାନ କରିଥିବା ସୂଚନା ମିଳିଛି। ତେବେ ଚଳନ୍ତା କାର୍‍ ଉପରେ ଏହି ଆକ୍ରମଣ ଘଟଣାର ଶିକାର ହୋଇଥିବା ଅକ୍ଷୟ ଓ ତାଙ୍କ ପରିବାର ଏକ ନିଶ୍ଚିତ ବିପଦରୁ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ଉକ୍ତ ଅସାମାଜିକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି କରାଯାଇଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଏନେଇ ପୁଲିସରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ସୂଚନା ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories