www.samajalive.in
Sunday, December 14, 2025
16.1 C
Bhubaneswar

ଗୁଟ୍‌ଖା କାରଖାନାରେ ଅଗ୍ନିକାଣ୍ଡ ଘଟଣା, ଜଣେ ଗୁରୁତର ମୃତ

ବୁର୍ଲା: ସମ୍ବଲପୁର ଉପକଣ୍ଠସ୍ଥ ପରଧିଆପାଲରେ ଥିବା ଗୁଟ୍‌ଖା କାରଖାନାରେ ଗତ ୨୦ ତାରିଖରେ ଅଗ୍ନିକାଣ୍ଡ ଘଟଣାରେ ପ୍ରାୟ ୨୮ରୁ ଊର୍ଦ୍ଧ୍ବ ଶ୍ରମିକ ଆହତ ହୋଇଥିବାବେଳେ ସେଥିମଧ୍ୟରୁ ୪ ଜଣ ଶ୍ରମିକଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ସେଥିମଧ୍ୟରୁ ରାଉରକେଲା ଆରଜିଏଚ ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ ଶୁକ୍ରବାର ଭୋର୍‌ରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୪ ଜଣ ଆହତଙ୍କ ମଧ୍ୟରୁ ୩୦ ବର୍ଷିୟ ରାମରାଜ ଶତପ୍ରତିଶତ ଜଳି ଯାଇଥିଲେ।

ଘଟଣା ଦିନ ସକାଳ ସମୟରେ ରାମରାଜ ଉପରେ ରହି ସଫଳ କାରଖାନାରେ ପାଉଡ଼ର କାଢ଼ୁଥିଲେ ଏବଂ ଉପରେ ହିଁ ଛିଡ଼ାହୋଇ କାମ କରୁଥିଲେ। ସଜଡ଼ା ଯାଉଥିବା ମେସିନରୁ ହିଁ ସଟ୍‌ସର୍କିଟ ହୋଇ ଭୀଷଣ ଶବ୍ଦ କରି ବିସ୍ଫୋରଣ ହୋଇଥିବାବେଳେ ରାମରାଜ ଉପରେ ହିଁ ନିଆଁରେ ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ରାମରାଜଙ୍କୁ ଆରଜିଏଚ୍‌କୁ ଆଇସିୟୁଯୁକ୍ତ ଆମ୍ବୁଲାନ୍ସରେ ସ୍ଥାନାନ୍ତରିତ କରାଯାଇଥିଲା। ଆଜି ଭୋର ପ୍ରାୟ ୪ଟା ସମୟରେ ରାମରାଜଙ୍କର ଚିକିତ୍ସାଧିନ ଅବସ୍ଥାରେ ଆରଜିଏଚ ମେଡ଼ିକାଲରେ ମୃତ୍ୟୁ ହୋଇଥିଲା। ରାମରାଜଙ୍କ ପରିବାରରେ ପତ୍ନୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଥିବା ସମ୍ପର୍କୀୟଙ୍କଠାରୁ ସୂଚନା ହସ୍ତଗତ ହୋଇଛି। ରାଉରକେଲାରେ ହିଁ ଶବର ପଞ୍ଚନାମା କରାଯାଇ ଶବ ବ୍ୟବଚ୍ଛେଦ ପରେ ତାଙ୍କ ସାନଭାଇଙ୍କୁ ଶବ ହସ୍ତାନ୍ତର କରିଦିଆଯାଇଛି। ତେବେ କମ୍ପାନୀ ପକ୍ଷରୁ ଉଚିତ ଅନୁକମ୍ପା ରାଶି ପ୍ରଦାନ କରିବାକୁ ଦାବି ହେଉଛି।

- Advertisement -

ଗୁଟ୍‌ଖା କମ୍ପାନୀ ଅଗ୍ନିକାଣ୍ଡ ଘଟଣାରେ ଅନ୍ୟ ଗୁରୁତର ଆହତ ୪୦ ବର୍ଷିୟ ନରେନ୍ଦ୍ର କୁମାର (୬୦ ପ୍ରତିଶତ), ୨୦ ବର୍ଷିୟ ଜୟଚନ୍ଦ ସିଂ (୫୦ ପ୍ରତିଶତ) ଏବଂ ୨୬ ବର୍ଷିୟ ଅମନ ଗୁପ୍ତା(୪୦ ପ୍ରତିଶତ) ପୋଡ଼ି ଯାଇଥିବା ଶ୍ରମିକଙ୍କୁ ଅବସ୍ଥା ସ୍ଥିର ରହିଥିବାବେଳେ ଆରଜିଏଚ ସଘନ ଗୃହରେ ରଖାଯାଇଥିବା ଜଣାପଡ଼ିଛି। ଅନ୍ୟ ସାତଜଣ ଆହତ ୨୬ ବର୍ଷିୟ ମହେନ୍ଦ୍ର କୁମାର(୩୬ ପ୍ରତିଶତ), ୪୬ ବର୍ଷିୟ ଛୋଟେଲାଲ(୨୫ ପ୍ରତିଶତ), ୩୨ ବର୍ଷିୟ ପ୍ରଦୀପ କୁମାର, ୨୫ ବର୍ଷିୟ ଭୁପିନ୍ଦର ରାମ(୨୫ ପ୍ରତିଶତ), ୪୦ ବର୍ଷିୟ ମୁନ୍ନା ସିଂ(୧୫ ପ୍ରତିଶତ), ୨୦ ବର୍ଷିୟ ଅମିତ କୁମାର(୨୦ ପ୍ରତିଶତ) ଏବଂ ୨୮ ବର୍ଷିୟ ବଲବିର ସିଂ(୧୮ ପ୍ରତିଶତ)ଙ୍କୁ ସାଧାରଣ ବିଭାଗରେ ରଖାଯାଇ ରାଉରକେଲାରେ ଚିକିତ୍ସା କରାଯାଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories