www.samajalive.in
Monday, December 8, 2025
16.1 C
Bhubaneswar

ବିପଦ ସଂକେତ ଉପରେ ଦୟା ଓ ଭାର୍ଗବୀ

ପିପିଲି:ଲଘୁଚାପ ଜନିତ ଲଗାଣ ବର୍ଷା ଓ ହୀରାକୁଦରୁ ବନ୍ୟାଜଳ ନିର୍ଗତ ଫଳରେ ପିପିଲି ଦେଇ ପ୍ରବାହିତ ଦୟା ଓ ଭାର୍ଗବୀ ନଦୀରେ ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ତେବେ ଉଭୟ ନଦୀର ଜଳସ୍ତର ଦୀର୍ଘ ଘଣ୍ଟା ଧରି ସ୍ଥିର ରହିଥିବା ଓ ଏହା ବିଶେଷ ବୃଦ୍ଧି ପାଇବାର ସମ୍ଭାବନା ନଥିବାରୁ ବନ୍ୟା ଆଶଙ୍କା ଟଳି ଯାଇଥିବା ସୂଚନା ମିଳିଛି।

ଦୟାନଦୀର କଣ୍ଟି ଠାରେ ବିପଦ ସଙ୍କେତ ୧୦.୨୫ ମିଟର ରହିଥିବା ବେଳେ ଶନିବାର ସଂନ୍ଧ୍ୟା ୭ଟା ସୁଦ୍ଧା ୧୦.୩୧ ମିଟର ବନ୍ୟାଜଳ ପ୍ରବାହିତ ହେଉଛି । ସେହିପରି ଦୟାନଦୀର ମାଧିପୁର ଠାରେ ବିପଦ ସଙ୍କେତ ୧୧.୪୦୫ ମିଟର ରହିଥିବା ବେଳେ ସେଠାରେ ସଂନ୍ଧ୍ୟା ୭ଟା ସୁଦ୍ଧା ବନ୍ୟାଜଳ ୧୧.୧୪ ମିଟର ଉଚ୍ଚତାରେ ପ୍ରବାହିତ ହେଉଥିବା ସଂପର୍କରେ କଣ୍ଟି ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ମାଧବ ଚନ୍ଦ୍ର ଷଡଙ୍ଗୀ ସୂଚନା ଦେଇଛନ୍ତି । ସେହିପରି ଭାର୍ଗବୀ ନଦୀର ହରିପୁର ଠାରେ ବିପଦ ସଙ୍କେତ ୧୧.୬୭ ମିଟର ରହିଥିବା ବେଳେ ସଂନ୍ଧ୍ୟା ୭ଟା ସୁଦ୍ଧା ସେଠାରେ ବନ୍ୟାଜଳ ବିପଦ ସଂକେତ ଉପରେ ଅର୍ଥାତ ୧୨.୦୨ ମିଟର ଉଚ୍ଚତାରେ ପ୍ରବାହିତ ହେଉଥିବା ସଂପର୍କରେ ଉତ୍ତରା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଜିତୁକୃଷ୍ଣ ନନ୍ଦ ସୂଚନା ଦେଇଛନ୍ତି। ୭ଘଣ୍ଟା ଧରି ଉଭୟ ନଦୀର ଜଳସ୍ତର ସ୍ଥିର ରହିଥିବା ବେଳେ ଏହା ଅଧିକ ବୃଦ୍ଧି ପାଇବାର ସମ୍ଭାବନା କମ୍‍ ଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। ତେବେ କାକୁଡିଆ ଠାରେ ଗଙ୍ଗୁଆ ନଦୀର ବନ୍ୟାଜଳ ଦୟାନଦୀରେ ପ୍ରବେଶ କରୁଥିବାରୁ ସେଠାରେ ଦୟାନଦୀର ଜଳସ୍ତର ବୃଦ୍ଧି ପାଇଥିବା ସୂଚନା ମିଳିଛି। ଦୟାନଦୀର କଣ୍ଟି ଓ ମାଧିପୁର ସ୍ଥିତ କାଜ ଠାରେ ଜଳସ୍ତର ୮ଇଞ୍ଚ ତଳେ ରହିଛି। ଦୟାନଦୀର ଜଳସ୍ତର ଅଧିକ ବୃଦ୍ଧି ନହେଲେ ଉଭୟ କାଜ ଦେଇ ନଦୀରୁ ବନ୍ୟାଜଳ ନିର୍ଗତ ହେବା ସମ୍ଭାବନା କମ୍‍ ରହିଛି। ଫଳରେ ଏଥିଯୋଗୁଁ ସମ୍ଭାବ୍ୟ ବନ୍ୟା ବିପଦ ନଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। ତେବେ ଜଳସେଚନ ବିଭାଗ ପକ୍ଷରୁ ନଦୀବନ୍ଧ ଉପରେ ୨୪ ଘଣ୍ଟିଆ ସତର୍କ ଦୃଷ୍ଟି ରଖାଯାଇଥିବା ସଂପର୍କରେ ପିପିଲି ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ଜୟପ୍ରକାଶ ସୂଚନା ଦେଇଛନ୍ତି। ଆଗକୁ ପୂର୍ଣ୍ଣମୀ ଆସୁଥିବାରୁ ସମୁଦ୍ର ଏବେ ଜୁଆରିଆ ରହିଛି। ଫଳରେ ନଦୀରୁ ସମୁଦ୍ରକୁ ବନ୍ୟାଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଥିବା ଯୋଗୁଁ ନଦୀରେ ବନ୍ୟାଜଳ ପ୍ରବାହର ବେଗ ପୂର୍ବାପେକ୍ଷା ଧିମେଇ ଯାଇଥିବା ସୂଚନା ମିଳିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories