କଣାସ ଅଞ୍ଚଳରେ ପାଗଳ କୁକୁର ଆତଙ୍କ, ୧୭ଜଣଙ୍କୁ କାମୁଡ଼ି କଲା ଲହୁଲୁହାଣ

ପିପିଲି: କଣାସ ଅଞ୍ଚଳରେ ପାଗଳ କୁକୁରର ଆତଙ୍କ। ପାଗଳ କୁକୁର କାମୁଡ଼ାରେ ସ୍ଥାନୀୟ ଅଞ୍ଚଳର ୧୭ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣକୁ ଛାଡ଼ି ଅନ୍ୟ ସମସ୍ତେ ବିପଦମୁକ୍ତ ଥିବା ସୂଚନା ମିଳିଛି।

କଣାସ ଅଞ୍ଚଳରେ ପାଗଳ କୁକୁର ଆକ୍ରମଣରେ ୧୭ ଜଣ ଲହୁଲୁହାଣ ହୋଇଛନ୍ତି। କୁକୁରଟି ଯାହାକୁ ଦେଖୁଛି ତାକୁ ଗୋଡାଇ ଗୋଡାଇ ଆକ୍ରମଣ କରୁଛି । ଗୋଟିଏ ଦିନରେ ୧୭ ଜଣଙ୍କୁ ଏହି କୁକୁର ଆକ୍ରମଣ କରିସାରିଛି। କଣାସ ଡାକ୍ତରଖାନାରେ ସମସ୍ତଙ୍କୁ ଭର୍ତ୍ତି କରାଯାଇଛି। ଚୁପୁରିଙ୍ଗି ଅଞ୍ଚଳରେ ଏହି ଘଟଣା ସାମ୍ନାକୁ ଆସିଛି।

Comments are closed.