ଘରୋଇ ସହଭାଗିତାରେ ପୋଖରୀ ଖନନ
ପିପିଲି:ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବାଳା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଜଳ ବିକାଶ ଯୋଜନାରେ ପିପିଲି ବ୍ଲକର କୁଳଶିଖରପାଟଣା ପଞ୍ଚାୟତ ଅନ୍ତର୍ଗତ ବରାଗଡ ଗ୍ରାମରେ ପାଇଲଟ ପ୍ରକଳ୍ପ ଭାବେ ପୋଖରୀ ଖନନ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। କୃଷକଙ୍କ ଆର୍ଥିକ ବିକାଶ ପାଇଁ ଘରୋଇ ସହଭାଗିତାରେ ପୋଖରୀ ଖୋଳାଯାଇ ସେମାନଙ୍କୁ ସ୍ୱାବଲମ୍ବି କରାଯିବା ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ ବୋଲି ପ୍ରତିଷ୍ଠାନର ମୁଖ୍ୟ ପି. ତିରୁପତି ପ୍ରକାଶ କରିଛନ୍ତି। ଏଥିପାଇଁ କୃଷକମାନେ ନିଜର ଜମିକୁ ଚିହ୍ନଟ କରି ପଞ୍ଜୀକୃତ କରିବା ପରେ ଉପରୋକ୍ତ ଅନୁଷ୍ଠାନ ପକ୍ଷରୁ ପୋଖରୀ ଖନନ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଓାର୍ଡ ସଭ୍ୟଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ରହି ପ୍ରକଳ୍ପର ସଫଳତା ସଂପର୍କରେ ଆଲୋଚନା କରିଥିଲେ।
Comments are closed.