www.samajalive.in
Tuesday, December 9, 2025
23.1 C
Bhubaneswar

ସ୍ବାସ୍ଥ୍ୟ ପାଇଁ ଉପକାରୀ ସପୁରୀ

ଶରୀରର ରୋଗ ପ୍ରତିରୋଧକ ବଢାଇବା ପାଇଁ ନିୟମିତ ଭିଟାମିନ-ସି ଯୁକ୍ତ ଖାଦ୍ୟ ଖାଇବା ଉଚିତ। ଭିଟାମିନ-ସି ଯୁକ୍ତ ଫଳ ଖାଇବା ଦ୍ବାରା ମଧ୍ୟ ଶରୀରର ଅନେକ ଲାଭ ମଧ୍ୟ ହୋଇଥା​ଏ। ସପୁରୀରେ ଭିଟାମିନ-ସି ଭରପୂର ମାତ୍ରାରେ ରହିଛି। ଏଥିରେ ଅନେକ ଔଷଧୀୟ ଗୁଣ ରହିଛି ଯାହା ସ୍ବାସ୍ଥ୍ୟ ନିମନ୍ତେ ଅତ୍ୟନ୍ତ ଆବଶ୍ୟକ। ଏଥିରେ ଭିଟାମିନ ବି-୧, ବି-୨, ବି-୩, ବି-୬ ଓ ଭିଟାମିନ-ସି ଭରପୂର ପରିମାଣରେ ରହିଛି। ଆସନ୍ତୁ ଜାଣିବା ସପୁରୀ ସ୍ବାସ୍ଥ୍ୟ ପାଇଁ କେତେ ଲାଭଦାୟକ ..

ରକ୍ତଚାପ ନିୟନ୍ତ୍ରଣ :

- Advertisement -

ସପୁରୀରେ ପ୍ରଚୁର ମାତ୍ରାରେ ପୋଟାସିୟମ ରହିଥିବା ବେଳେ ସୋଡିୟମ କମ ପରିମାଣରେ ରହିଛି। ଏହାକୁ ନିୟମିତ ସେବନ କରିବା ଦ୍ବାରା ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ।

ଓଜନ ନିୟନ୍ତ୍ରଣ ରଖେ :

ସପୁରୀ ପେଟରୁ ଚର୍ବି ହ୍ରାସ କରାଇବାରେ ସହାୟକ ହୋଇଥାଏ। କାରଣ ୧୦୦ଗ୍ରାମ ସପୁରୀ ୫୦କ୍ୟାଲୋରୀ ଶକ୍ତି ଯୋଗାଇଥାଏ। ଏହା କୋଲେଷ୍ଟ୍ରୋଲ ବଢିବାକୁ ଦେଇନଥାଏ। ତେଣୁ ପେଟରୁ ଚର୍ବି ହ୍ରାସ ହୋଇଗଲେ ଓଜନ ନିୟନ୍ତ୍ରଣ ରହିଥାଏ। ନିୟମିତ ସପୁରୀ ରସ ପିଇବା ଦ୍ବାରା ଏହା ଶରୀରକୁ ସତେଜ ରଖିଥାଏ। ଏହାସହ ଭୋକ ମଧ୍ୟ କମ ଲାଗିଥାଏ। ସପୁରୀ ଖାଇବା ଦ୍ବାରା ହଜମ ଶକ୍ତି ବୃଦ୍ଧି ହୋଇଥାଏ।

ଦାନ୍ତମୂଳରୁ ରକ୍ତ ବାହାରୁଥିଲେ :

ଦାନ୍ତରୁ ରକ୍ତ ବାହାରୁଥିଲେ ରାତିରେ କିମ୍ବା ଦିନରେ ଖାଇବାର ଏକ ଘଣ୍ଟା ପୂର୍ବରୁ ସପୁରୀ ରସରେ ଅଳ୍ପ ଲୁଣ ପକାଇ ଖାଇବା ଉଚିତ। ଏପରି କରିବା ଦ୍ବାରା ଦାନ୍ତମୂଳରୁ ରକ୍ତ ବୋହିବା ବନ୍ଦ ହୋଇଯାଏ।

ହାଡ ମଜଭୂତ କରେ :

ସପୁରୀରେ ମ୍ୟାଗ୍ନେସିୟମ ରହିଛି। ଏହା ହାଡକୁ ମଜଭୂତ ରଖିବାରେ ସହାୟକ ହୋଇଥାଏ। ଦିନକୁ ଏକ କପ ସପୁରୀ ରସ ପିଇବା ଦ୍ବାରା ଶରୀରକୁ ୭୫ ପ୍ରତିଶତ ମ୍ୟାଗ୍ନେସିୟମ ମିଳେ। ଏହା ହାଡକୁ ମଜଭୂତ ରଖିଥାଏ।

ମଧୁମେହରୁ ମୁକ୍ତି :

ମଧୁମେହ ରୋଗୀମାନେ ସପୁରୀ ଖାଇବା ଲାଭଦାୟକ ହୋଇଥାଏ। ଦୈନିକ ୧୦୦ ଗ୍ରାମ ସପୁରୀ ରସ ପିଇବା ଦ୍ବାରା ମଧୁମେହ ରୋଗରୁ ମୁକ୍ତି ମିଳିଥାଏ।

 

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories