www.samajalive.in
Sunday, December 7, 2025
26.1 C
Bhubaneswar

ହାଇକୋର୍ଟରେ ମାମଲା, ଧର୍ମାନୁଷ୍ଠାନ ଖୋଲିବାକୁ ନିବେଦନ

କେନ୍ଦ୍ର ସରକାରଙ୍କ ନିୟମାବଳୀ ଉଲ୍ଲଂଘନ କରି ରାଜ୍ୟ ସରକାର ଧର୍ମାନୁଷ୍ଠାନ ସର୍ବସାଧାରଣଙ୍କ ପାଇଁ ଖୋଲିବା ପ୍ରସଂଗରେ କଟକଣା ଜାରି କରିଛନ୍ତି ଅଭିଯୋଗ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ତ୍ରିଲୋଚନ ରଥଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ କେନ୍ଦ୍ର ସରକାର ମେ ୩୦ରେ ବିଜ୍ଞପ୍ତି ଜାରି କରି ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଥିଲେ; କିନ୍ତୁ ରାଜ୍ୟ ସରକାର ଏହି ପ୍ରସଂଗରେ କଟକଣା ଜାରି କରିଛନ୍ତି। ଜୁଲାଇ ୩୧ରେ ରାଜ୍ୟ ସରକାର ଏ ନେଇ ଜାରି କରାଯାଇଥିବା କଟକଣା ବେଆଇନ ଓ ଅସାମ୍ବିଧାନିକ ବୋଲି ଦର୍ଶାଇ ଏହା ରଦ୍ଦ କରାଯାଉ ବୋଲି ଆବେଦନକାରୀ ଦାୟର ମାମଲାରେ ଉଲ୍ଲେଖ କରିଛନ୍ତି।

ରାଜ୍ୟ ସରକାର ମଦ ଦୋକାନ, ହୋଟେଲ ଓ ଅନ୍ୟ ବିଭିନ୍ନ କାର୍ୟ୍ୟକଳାପ ପାଇଁ ଅନୁମତି ଦେଇଥିବା ବେଳେ ମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିବାକୁ ଅନୁମତି ଦେବାରେ କିଛି ବାଧା ନାହିଁ। ଶ୍ରୀଜଗନ୍ନାଥ ମନ୍ଦିର ସହିତ ଅନ୍ୟ ସମସ୍ତ ଦେବାଦେବୀ ମନ୍ଦିରରେ ସାଧାରଣ ଦର୍ଶନ ବ୍ୟବସ୍ଥା ପାଇଁ ଅନୁମତି ଦେବାକୁ ନିର୍ଦେଶ ଦିଆଯାଉ ବୋଲି ମାମଲାରେ ଦର୍ଶାଯାଇଛି। ଏଥି ସହିତ ଜୁଲାଇ ୩୧ରେ ରାଜ୍ୟ ସରକାର ଧର୍ମାନୁଷ୍ଠାନରେ ସାଧାରଣ ଦର୍ଶନ ଉପରେ ଜାରି କରିଥିବା କଟକଣା ସଂପର୍କିତ ନିୟମକୁ ରଦ୍ଦ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ରାଜ୍ୟ ସରକାର, ସ୍ବତନ୍ତ୍ର ରିଲିଫ କମିସନର, ଦେବୋତ୍ତର କମିସନର, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ପକ୍ଷଭୁକ୍ତ କରାଯାଇଛି।

- Advertisement -

ଅନ୍ୟ ପକ୍ଷରେ କାକଟପୁରର ମା’ ମଙ୍ଗଳା ମନ୍ଦିରର ସେବାୟତ ଆର୍ଥିକ ସହାୟତା ପ୍ରଦାନରେ ଅବହେଳା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ପ୍ରକାଶ କୁମାର ପଣ୍ଡା ଓ ଅନ୍ୟ ୧୪ ଜଣ ସେବକଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ ଲକ୍ଡାଉନ୍/ସଟ୍ଡାଉନ ଯୋଗୁଁ ମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ଉପରେ କଟକଣା ରହିଛି। ଭକ୍ତଙ୍କ ପୂଜାର୍ଚ୍ଚନା କରି ରୋଜଗାର କରୁଥିବା ମଙ୍ଗଳା ମନ୍ଦରର ସେବାୟତ ଏଭଳି ସ୍ଥିତି ଯୋଗୁଁ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ମାର୍ଚ୍ଚ ୨୦ରୁ ଆବେଦନକାରୀଙ୍କ କିଛି ରୋଜଗାର ନାହିଁ।

ସରକାର ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସେବକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି; କିନ୍ତୁ ଶ୍ରୀଜଗନ୍ନାଥ ମନ୍ଦିର ସହିତ ଜଡିତ ମା’ ମଙ୍ଗଳା ମନ୍ଦିରର ସେବକଙ୍କୁ ଅବହେଳା କରାଯାଉଛି। ଆବେଦନକାରୀଙ୍କ ସହିତ ମନ୍ଦିରର ସମସ୍ତ ସେବକଙ୍କୁ ମାସିକ ୧୫ ହଜାର ଟଙ୍କା ଲେଖାଏ ମାର୍ଚ୍ଚ ୨୦ରୁ ପ୍ରଦାନ କରାଯାଉ। ଏଥିସହ ମଙ୍ଗଳା ମନ୍ଦିରରେ କୋଭିଡ-୧୯ ନିୟମ ମାନି ଭକ୍ତଙ୍କ ଦର୍ଶନ ପାଇଁ ଅନୁମତି ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ରାଜ୍ୟ ସରକାର, ଦେେବାତ୍ତର କମିସନର, ପୁରୀ ଜିଲାପାଳ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଓ କାକଟପୁର ମଙ୍ଗଳାମନ୍ଦିର ପରିଚାଳନା ଟ୍ରଷ୍ଟ ନିର୍ବାହୀ ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅକ୍ଷୟ କୁମାର ପାଣ୍ଡେ ମାମଲା ପରିଚାଳନା କରୁଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories