www.samajalive.in
Monday, December 15, 2025
15.1 C
Bhubaneswar

ଛାତ୍ର ସଂସଦ ନିର୍ବାଚନ ବନ୍ଦ ଘଟଣା : ଉଚ୍ଚ ନ୍ୟାୟାଳୟରେ ଏବିଭିପି ପକ୍ଷରୁ ଜନସ୍ବାର୍ଥ ମାମଲା

କଟକ : ଚଳିତବର୍ଷ ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ପ୍ରାର୍ଥନା କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଏବିଭିପିର ରାଜ୍ୟ ସମ୍ପାଦକ ଅରିଜିତ୍‌ ପଟ୍ଟନାୟକ ଓ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଚଣ୍ଡୀ ପ୍ରସାଦ ସୁଆର ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛନ୍ତି।
୫ବର୍ଷ ଧରି ଶିକ୍ଷାନୁଷ୍ଠାନରେ ସଂସଦ ନିର୍ବାଚନ ହେଉନାହଁ। ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସଗୁଡ଼ିକ ଉଚ୍ଛୃଙ୍ଖଳ ଓ ଅଶାନ୍ତ ରହିବା ଏବଂ ଲିଙ୍ଗ୍‌ଡୋ ନିୟମ ପାଳନ କରାନଯିବା ଦର୍ଶାଇ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ କରାଉନାହାନ୍ତି। ଲିଙ୍ଗ୍‌ଡୋ କମିସନ ରିପୋର୍ଟ ଏବଂ ସମ୍ବିଧାନର ଆର୍ଟିକିଲ ୧୯ (୧ଗ) ବିରୁଦ୍ଧାଚରଣ କରି ଏତାଦୃଶ ନିର୍ଦେଶ ସମ୍ବିଧାନ ଓ ଲିଙ୍ଗ୍‌ଡୋ କମିସନର ପରିପନ୍ଥୀ ବୋଲି ପିଟିସନରେ ଦର୍ଶାଯାଇଛି। ଏବିଭିପି ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି। ମାମଲାରେ ମୁଖ୍ୟ ସଚିବ, ଶିକ୍ଷା ସଚିବ, ଉଚ୍ଚ ଶିକ୍ଷା ବିଭାଗ ନିର୍ଦେଶକ, ଗଣ ଶିକ୍ଷା ବିଭାଗ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି। ମାମଲାର ଗୁରୁତ୍ବ ଦୃଷ୍ଟିରୁ ଏହାର ଶୀଘ୍ର ଶୁଣାଣି ପାଇଁ ମୁଖ୍ୟ ବିଚାରପତିଙ୍କ ଅଦାଲତରେ ପ୍ରାର୍ଥନା କରାଯିବ ବୋଲି ଜଣାପଡ଼ିଛି। ବରିଷ୍ଠ ଆଇନଜୀବୀ ଶ୍ରୀ ଆଚାର୍ଯ୍ୟଙ୍କୁ ମାମଲାରେ ଆଇନଜୀବୀ ସୌମିକ ତ୍ରିପାଠୀ ଏବଂ ସୁମନ ପ୍ରିୟଦର୍ଶିନୀ ପ୍ରମୁଖ ସହାୟତା କରୁଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories