www.samajalive.in
Monday, December 15, 2025
17.1 C
Bhubaneswar

ନୂଆଁଖାଇ ପରଦିନ ସ୍ବତନ୍ତ୍ର ଛୁଟି ଘୋଷଣା

ସମ୍ବଲପୁର : ସମ୍ବଲପୁର ଓ ବରଗଡ଼ ଜିଲା ସହ ସୁନ୍ଦରଗଡ଼ ସଦର ଉପଖଣ୍ଡରେ ନୂଆଁଖାଇ ପରଦିନ ସେପ୍ଟେମ୍ବର ୨୧କୁ ସ୍ୱତନ୍ତ୍ର ସ୍ଥାନୀୟ ଛୁଟି ଘୋଷଣା କରାଯାଇଛି। ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ପତ୍ର ସଂଖ୍ୟା ୨୯୮/ତା ୧୮.୯.୨୦୨୩ରେ ଏନେଇ ସଂପୃକ୍ତ ଜିଲାର ଜିଲାପାଳମାନଙ୍କୁ ସୂଚିତ କରାଯାଇଛି। ପୂର୍ବରୁ ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ଓ ଝାରସୁଗୁଡ଼ା ଜିଲା ଏବଂ ସୁନ୍ଦରଗଡ଼ ଜିଲାର ପାନପୋଷ ଓ ବଣାଇ ଉପଖଣ୍ଡ ପାଇଁ ସେପ୍ଟେମ୍ବର ୨୧ ତାରିଖକୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସ୍ଥାନୀୟ ଛୁଟି ଭାବରେ ସମ୍ପୃକ୍ତ ଜିଲାର ଜିଲାପାଳମାନଙ୍କ ପ୍ରସ୍ତାବକ୍ରମେ ଛୁଟି ଘୋଷଣା କରିଥିଲେ। ନୂତନ ଘୋଷଣାନାମା ପରେ ନୂଆଁଖାଇ ପାଳିତ ହେଉଥିବା ପଶ୍ଚିମ ଓଡ଼ିଶାର ସମସ୍ତ ଅଞ୍ଚଳରେ ନୂଅଁାଖାଇ ବାସି ଛୁଟି ଘୋଷଣା ହୋଇଯାଇଛି।
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପର୍ବ ପାଳନ ସମୟରେ ନୂଆଁଖାଇ ପରଦିନ ଭେଟଘାଟ ଆଦି କାର୍ଯ୍ୟକ୍ରମ ସହ ବାହାରୁ ଆସିଥିବା ଲୋକେ ଘରକୁ ଫେରିଥାନ୍ତି। ଏଣୁ ନୂଆଁଖାଇ ପରଦିନ ସେପ୍ଟେମ୍ବର ୨୧ ତାରିଖକୁ ସରକାରୀ ଛୁଟି ଦିବସ ଭାବରେ ଘୋଷଣା କରିବାକୁ ବିଭିନ୍ନ ମହଲରେ ଦାବି ହେଉଥିଲା। ଏହି ପରିପ୍ରେକ୍ଷୀରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଡଃ ସୁରେଶ ଚନ୍ଦ୍ର ଦଳେଇ ରାଜ୍ୟ ସରକାରଙ୍କୁ ଉକ୍ତ ଦିନଟିକୁ ସ୍ୱତନ୍ତ୍ର ସ୍ଥାନୀୟ ଛୁଟି ଭାବରେ ଘୋଷଣା କରିବା ନିମନ୍ତେ ଅନୁମତି ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ଏହି ପ୍ରସ୍ତାବକୁ ବିଚାର କରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ମିଳିବା ପରେ ଆରଡିସି ସଂପୃକ୍ତ ଜିଲାପାଳମାନଙ୍କୁ ଏନେଇ ସୂଚିତ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories