www.samajalive.in
Monday, December 15, 2025
17.1 C
Bhubaneswar

ପ୍ରତି ଜିଲାରେ ‘କାଳିଆ’ କେନ୍ଦ୍ର

ଭୁବନେଶ୍ବର : ‘କାଳିଆ’ ଯୋଜନାକୁ ଅଧିକ ଶୃଙ୍ଖଳିତ ଓ ବ୍ୟାପକ କରିବା ପାଇଁ ବିଭିନ୍ନ ସମୟରେ ଆବଶ୍ୟକ ପଦକ୍ଷେପ ନିଆଯାଉଛି। କାଳିଆ ଯୋଜନାରେ ପ୍ରତି ଫସଲ ଋତୁ ପ୍ରାରମ୍ଭରେ କାଳିଆ ହିତାଧିକାରୀ ଚାଷୀଙ୍କୁ ନଗଦ ଅର୍ଥ ଆକାରରେ ସହାୟତା ଯୋଗାଇ ଦିଆଯାଇଥାଏ ବୋଲି କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି।
ସୋମବାର କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ‘କାଳିଆ’ ଯୋଜନାର କାର୍ଯ୍ୟକାରିତା ଓ ବିଭିନ୍ନ ଦିଗ ସମ୍ପର୍କରେ ସମୀକ୍ଷା କରିବା ଅବସରରେ କହିଛନ୍ତି ଯେ, କୌଣସି ଯୋଗ୍ୟ ଚାଷୀ ଯେପରି କାଳିଆ ହିତାଧିକାରୀ ତାଲିକାରୁ ବାଦ୍ ନ ପଡ଼ନ୍ତି ସେଥିପ୍ରତି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରତି ଜିଲାରେ କାଳିଆ ସେଣ୍ଟର (କେନ୍ଦ୍ର) ପ୍ରତିଷ୍ଠା କରାଯାଉଛି। ଜିଲାରେ କାଳିଆ ସେଣ୍ଟରଗୁଡ଼ିକ କାର୍ଯ୍ୟକ୍ଷମ ହେଲା ପରେ ଚାଷୀମାନେ ବହୁଳ ଭାବରେ ଉପକୃତ ହେବେ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଥିଲେ। ‘କାଳିଆ’ ଯୋଜନା ଓ ‘କାଳିଆ’ ହିତାଧିକାରୀଙ୍କ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ପ୍ରଦତ୍ତ କାଳିଆ ଛାତ୍ରବୃତ୍ତିର ଲାଭ ଯେପରି ଯୋଗ୍ୟ ହିତାଧିକାରୀମାନେ ପାଇପାରିବେ, ସେଥିପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ସମସ୍ତ ଶିକ୍ଷାନୁଷ୍ଠାନରେ ଏଥିପାଇଁ ହେଲ୍‌ପଡେସ୍କ ସ୍ଥାପନ କରି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯିବ। ଏଥି ସହିତ ବିଭାଗର ‘ଆମ କୃଷି’ କାର୍ଯ୍ୟକ୍ରମ ମାଧ୍ୟମରେ ହିତାଧିକାରୀଙ୍କୁ ‘କାଳିଆ’ ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରାଯାଉଛି ବୋଲି ମନ୍ତ୍ରୀ କହିଥିଲେ।
ବୈଠକରେ ବିଭାଗୀୟ ପ୍ରମୁଖ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଲେ ଯେ, ଇ-କେୱାଇସି ମାଧ୍ୟମରେ ମିଳିଥିବା ତଥ୍ୟ ଆଧାରରେ ଚାଷୀଙ୍କ ପ୍ରକୃତ ପରିଚୟ ଚିହ୍ନଟ କରି କାଳିଆ ଯୋଜନାରେ ସାମିଲ କରାଯିବା ପାଇଁ ପଦକ୍ଷେପ ନିଆଯିବ। ବୈଠକରେ ସହରାଞ୍ଚଳର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରିବା, କାଳିଆ ଛାତ୍ରବୃତ୍ତିର ପରିମାଣ ବୃଦ୍ଧି କରିବା ଆଦି ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା। ଏଥିରେ ‘କାଳିଆ’ ଯୋଜନାର ଉପଦେଷ୍ଟା ସାରଦା ପ୍ରସନ୍ନ ଜେନା, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories