ବନାଗ୍ନି ନିବାରଣ ସଚେତନତା ସାଇକଲ ଶୋଭାଯାତ୍ରା

ଫୁଲବାଣୀ: ଫୁଲବାଣୀ ବନଖଣ୍ଡ ପକ୍ଷରୁ ଫୁଲବାଣୀ ବନାଞ୍ଚଳ ସହାୟତାରେ ସ୍ଥାନୀୟ ମାଦିକୁନ୍ଦା ଛକ ଠାରୁ ତୁଡ଼ିପାଜୁ ପର୍ଯ୍ୟନ୍ତ ଏକ ସାଇକଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହାକୁ ଫୁଲବାଣୀ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ ପଟେଲ୍ ଉଦ୍ ଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଏସିଏଫ୍ ମଳୟ ରଂଜନ କାଲୋ , ବନାଞ୍ଚଳ ଦାୟିତ୍ୱରେ ଥିବା ଶିବରାମ ଲେଙ୍କା , ବନପାଳ ସରୋଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠିତ ଶୋଭାଯାତ୍ରରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ , ଶିକ୍ଷକ , ଟିମ୍ ହ୍ୟୁମାନିଟି କନ୍ଧମାଳର ସଦସ୍ୟ , ସଦସ୍ୟା , ସ୍ଥାନୀୟ ଅଧିବାସୀ ,ଭିଏସ୍ଏସ୍ ସଦସ୍ୟ ଆଦି ସାମିଲ୍ ହୋଇ ପ୍ଳାକାର୍ଡ଼ ସହିତ ଶ୍ଳୋଗାନ ଦେି ଲୋକଙ୍କୁ ସଚେତନ କରିଥିଲେ। ବିଶେଷ କରି ପରିବେଶ ସୁରକ୍ଷା , ଜଙ୍ଗଲ ରକ୍ଷା , ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ଭଳି ବିଭିନ୍ନ ଦିଗ ଉପରେ ସଚେତନ କରିଥିଲେ। ବନରଖି ପ୍ରେମାନନ୍ଦ ଓ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.