ରଜଦୋଳି ଉଦଘାଟନ କଲେ ସମାଜ ସେବୀ 

ଫୁଲବାଣୀ : ରଜ ପର୍ବ ଏକ ଦୋଳି ପର୍ବ ଏହାକୁ ପୁର ଠାରୁ ପଲ୍ଲୀ ପର୍ଯ୍ୟନ୍ତ ଝିଅ ବୋହୁ ମାନେ ଖୁବ ଆନନ୍ଦର ସହ ପାଳନ କରନ୍ତି । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲାର ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦଳପଡା ପଞ୍ଚାୟତ ଝାମ୍ପି ଗ୍ରାମରେ ରଜ ମହୋତ୍ସବ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ଅତିଥି ଭାବେ ଯୋଗଦେଇ ସମାଜ ସେବୀ ଅନନ୍ତ କୁମାର ଦିଗାଲ ଉଦଘାଟନ କରିଥିଲେ । ଏଥିରେ ମାଁ ସୁନା ପ୍ରତିମା ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ସମେତ ଦଳପଡା ପଞ୍ଚାୟତ ରବୀନ୍ଦ୍ର କୁମାର କହଁର, କୁଇ ସମାଜ ବେଙ୍ଗ୍ରିକିଆ ଶାଖା ପୂର୍ବତନ ସମ୍ପାଦକ ହରେକୃଷ୍ଣ କହଁର, ମହେନ୍ଦ୍ର କହଁର, ସୁବାଷ କହଁର ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.