ଲଘୁଚାପ ଜନିତ ବର୍ଷା: ଫିରିଙ୍ଗିଆ ବ୍ଳକରେ ସର୍ବାଧିକ, ସମଗ୍ର ବ୍ଳକରେ ପରିସ୍ଥିତି ଗମ୍ଭୀର

ଫୁଲବାଣୀ/ଫିରିଙ୍ଗିଆ: ସମଗ୍ର ରାଜ୍ୟରେ ଲଘୁଚାପ ପ୍ରଭାବରେ ଗତ ତିନିଦିନ ହେଲା ବର୍ଷା ଲାଗିରହିଥିବା ବେଳେ କନ୍ଧମାଳ ଜିଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଲଗାଣ ବର୍ଷାରେ ଜିଲାର ବିଭିନ୍ନ ନଦିନାଳମାନଙ୍କରେ ପାଣି ବଢିବାରେ ଲାଗିଥିବା ବେଳେ ଅନେକ କ୍ଷୟକ୍ଷତି ମଧ୍ୟ ହୋଇଥିବା ସୂଚନା ମିଳିଛି।
ପାଣିପାଗ ବିଭାଗର ସୂଚନା ପ୍ରକାରେ, ଫିରିଙ୍ଗିଆ ବ୍ଲକରେ ସବୁଠୁ ଅଧିକ ୧୬୧ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା ବେଳେ ବ୍ଲକ ମୁଖ୍ୟାଳୟ ଠାରୁ ଆରମ୍ଭ କରି ଆଖପାଖ ଅଞ୍ଚଳମାନଙ୍କରେ ମଧ୍ୟ ଏହି ଲଗାଣ ବର୍ଷାର ପ୍ରଭାବରେ ଅନେକ କ୍ଷୟକ୍ଷତି ହୋଇଥିବା ଖବର ମିଳିଛି। ବର୍ଷାର ପ୍ରଭାବରେ ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁ ପଞ୍ଚାୟତ ଅନ୍ତର୍ଗତ ଟେଲାପାଲି ଠାରୁ ସିକୁଲିପଦରକୁ ସଂଯୋଗ କରୁଥିବା ରାସ୍ତା ମଝିରେ ଥିବା ନାଳ ଉପରେ ଥିବା ପୋଲ ଦିର୍ଘ ୫ ବର୍ଷ ହେବ ଭାଙ୍ଗି ଯାଇଛି। ଫଳରେ ଦୀର୍ଘ ୫ବର୍ଷ ହେଲା ଏହି ସିକୁଲିପଦର ସହ ଆଖପାଖ ଗାଁର ଲୋକେ ବହୁ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି। ଲଗାଣ ବର୍ଷାରେ ନାଳରେ ପାଣି ବଢିଥିବାରୁ ଏହି ସିକୁଳିପଦର ବାହ୍ୟଜଗତରୁ ବିଛିନ୍ନ ହୋଇପାଡିଥିବା ବେଳେ ଟେଲାପାଲି ଓ ସିକୁଳିପଦର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇପାଡିଛି। ସେହିପରି ବ୍ଲକର ଡିମିରିଗୁଡା ପଞ୍ଚାୟତ ଅନ୍ତର୍ଗତ ଜୋଡାମୁଣ୍ଡ ଶିଶୁ ଜଗାବଳିଆ ଗ୍ରାମର ମେଲୁମାହା ଗ୍ରାମରେ ଲଗାଣ ବର୍ଷାରେ କୃପାନିଧି କହଁର ନାମକ ଜଣେ ବ୍ୟକ୍ତିଙ୍କ ଘର ସମ୍ପୂର୍ଣ ଭୁଷୁଡି ପଡିଥିବା ବେଳେ ଗୋଟିଏ ପରିବାରର ୧୦ ଜଣରୁ ଅଧିକ ଲୋକ ଏବେ ପଲିଥିନ ତଳେ ଆଶ୍ରୟ ନେଇଛନ୍ତି। ଏଥିପ୍ରତି ପରିବାର ଲୋକ ସରକାରି ସାହାଯ୍ୟକୁ ଅପେକ୍ଷା କରିଥିବା ବେଳେ ତୁରନ୍ତ ଏହି ପରିବାରକୁ ସରକାରି ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ମାନେ ଦାବିକରିଛନ୍ତି। ସେହିପରି ଲୁଇସିଂ ପଞ୍ଚାୟତର ଡାଙ୍ଗାଣାମୁ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇପାଡିଥିବା ବେଳେ କୁଟେଣୀ ନାଳରେ ପାଣି ବଢିଥିବାରୁ ସିକୁଳିପଦର ଗାଁ ଜଳବନ୍ଦି ହୋଇପଡିଛି। ସେହିପରି ବ୍ଲକର ମାଶ୍ରିପଡା-ନୂଆ ପଦର ରାସ୍ତା ଓ ବାଲକିଡାଡି ନିକଟରେ ଗଛପଡିଯାଇଥିବାରୁ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହୋଇ ରହିଥିଲ। ଅଗ୍ନିଶମ ବାହିନି ପହଞ୍ଚି ଗଛ କାଟିବା ସହ ରାସ୍ତାରୁ ଗଛକୁ ହଟାଇଲା ପରେ ଜାତାୟତ ସ୍ୱାଭାବିକ ହୋଇଥିଲ। ଲଗାଣ ବର୍ଷା ପାଇଁ ବ୍ଲକ ପ୍ରଶାନ ସଜାଗ ଥିବା ଦେଖିବାକୁ ମିଳିଥିବା ବେଳେ ଡାକବାଜି ଜନ୍ତ୍ର ସାହାଜ୍ୟରେ ଲୋକ ଙ୍କୁ ସୁରକ୍ଷିତ ଜାଗାକୁ ଜିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ବନ୍ୟାସ୍ଥିତି ଉପୁଜିଲେ ପ୍ରଶାସନ ତାର ବିହିତ ପଦକ୍ଷେପ ଗ୍ରହଣ କରିବ ବୋଲି ଫିରିଙ୍ଗିଆ ବଡିଓ ରଶ୍ମିରଞନ ମହନ୍ତ ଓ ଫିରିଙ୍ଗିଆ ଅତିରିକ୍ତ ତହସିଲଦାର ତପନ ମଲ୍ଲିକ ସୂଚିନା ଦେଇଛନ୍ତି।

kalyan agarbati

Comments are closed.