www.samajalive.in
Wednesday, December 10, 2025
15.1 C
Bhubaneswar

ବିଲରେ କାମ କରୁଥିବା ବେଳେ ସାପ କାମୁଡ଼ାରେ ଯୁବକ ମୃତ

ଫୁଲବାଣୀ: ବିଷାକ୍ତ ସାପ କାମୁଡ଼ାରେ ଜଣେ ଯୁବକର ମୃତ୍ୟ ହୋଇଛି। ସୂଚନା ଅନୁସାରେ ଆଜି ସକାଳେ ୭ ଟା ସମୟରେ କୋଟଗଡ଼ ବ୍ଲକ ପକାରୀ ପଞ୍ଚାୟତ ପକାରୀ ଗାଁର ଅବ୍ରହାମ ନାୟକଙ୍କ ପୁଅ ଲଛମନ୍ତ ନାୟକ (୨୨)  ନିଜ ବାପାଙ୍କ ସହ ଗାଁ ନିକଟରେ ଥିବା ବିଲରେ ଚାଷ କାମ କରିବାକୁ ଯାଇଥିଲେ। ବାପା ବିଲରେ ହଳ କରୁଥିବା ବେଳେ ଲଛମନ୍ତ ହୁଡ଼ା ଛାଞ୍ଚୁ ଥିବା ସମୟରେ ବିଲ ହୁଡାରେ ଥିବା ଏକ ବିଷାକ୍ତ ସାପ ତାଙ୍କୁ କାମୁଡି ଦେଇଥିଲା। ସାପ କାମୁଡିବା ପରେ ସେ ହଠାତ ଅସୁସ୍ଥ ହୋଇ ପଡିବା ସହ ତାଙ୍କର ପେଟ ଫୁଲି ଯାଇଥିଲା। ପରିବାର ଓ ଗାଁ ଲୋକଙ୍କ ସହାୟତା ରେ ପ୍ରଥମେ ବାଲିଗୁଡା ଡାକ୍ତରଖାନାକୁ ଏକ ବୋଲେରୋ ଗାଡ଼ିରେ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏକ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଥିଲା।
ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତ ମାଶ୍ରୀପଡା ଛକ ନିକଟରେ ଅବସ୍ଥା ଶଙ୍କଟାପର୍ଣ୍ଣ ହେବାରୁ ତୁରନ୍ତ ଫିରିଙ୍ଗିଆ ମେଡିକାଲରେ ତତ୍କାଳ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଦିନ ଗୋଟାଏରୁ ଯୁବକଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ କୋଟଗଡ ପୁଲିସ ଘଟଣା ସ୍ଥଳରେ ନ ପହଞ୍ଚି ବାରୁ ମୃତଦେହ ଦୀର୍ଘ ସମୟ ଧରି ମେଡିକାଲରେ ପଡ଼ି ରହିଥିଲା । ଫିରିଙ୍ଗିଆ ମେଡିକାଲ କର୍ତୃପକ୍ଷ ମୃତ୍ୟ ଘଟଣା ନେଇ ଫିରିଙ୍ଗିଆ ଥାନାକୁ ଜଣାଇବା ପରେ କୋଟଗଡ ଥାନାକୁ ମଧ୍ୟ ଜଣାଇଥିଲେ ।
ତେବେ ଯୁବକଙ୍କ ମୃତ୍ୟୁକୁ ୭ ଘଣ୍ଟା ବିତି ଥିଲେ ମଧ୍ୟ କେହି ପୁଲିସ ଅଧିକାରୀ ନ ପହଞ୍ଚିବାରୁ ଖବର ପାଇ ଫିରିଙ୍ଗିଆ ପ୍ରେସ କ୍ଲବର ସଭାପତି ଉତ୍ତମ ଖମାରି ଓ କୋଷାଧକ୍ଷ ସୁବ୍ରତ କୁମାର ମହାନ୍ତି ଖବର ସଂଗ୍ରହ କରିବାକୁ ମେଡିକାଲରେ ପହଞ୍ଚି ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସି ଦେଓଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ।  ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓଙ୍କ ହସ୍ତକ୍ଷେପ ପରେ ଘଟଣା ସ୍ଥଳରେ ଫିରିଙ୍ଗିଆ ପୁଲିସ ପହଞ୍ଚି ଦୀର୍ଘ ୮ ଘଣ୍ଟା ଧରି ପଡିରହିଥିବା ମୃତଦେହକୁ ବ୍ୟବଛେଦ ପାଇଁ ଫୁଲବାଣୀ ଜିଲା ମୁଖ୍ୟାଳୟକୁ ପଠାଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories