www.samajalive.in
Sunday, December 7, 2025
14.1 C
Bhubaneswar

ସୁନା ଅଳଙ୍କାର ଲୁଟି ମହିଳାଙ୍କୁ ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗିରଫ

ଫୁଲବାଣୀ,ରାଇକିଆ: – ମହିଳାଙ୍କୁ ହତ୍ୟା ଉଦ୍ୟମ, ସୁନା ଅଳଙ୍କାର ଓ ଟଙ୍କା ଲୁଟ ମାମଲାରେ ଅଭିଯୁକ୍ତ ଗିରଫ। ଅଭିଯୁକ୍ତ ଠାରୁ ମାରଣାସ୍ତ୍ର ଏବଂ ସୁନା ଜବତ କଲା ରାଇକିଆ ପୋଲିସ। ଘଟଣା ଘଟିଛି ରାଇକିଆ ଥାନା ଅନ୍ତର୍ଗତ ଗେଦିଙ୍ଗିଆ ଗ୍ରାମର କୁମ୍ଭାର ଖାଡି ଅଂଚଳ ଗୁଡ୍ରିଗସି ଜଙ୍ଗଲରେ। ସୂଚନା ଅନୁସାରେ ମହିଳା ଜଣକଙ୍କ ଘର କୁମ୍ଭାର ଖାଡି ଗ୍ରାମରୁ ଶଶୁର ଘର ଇନ୍ଦ୍ରଗଡ ପଞ୍ଚାୟତ ଦୁବା ଗ୍ରାମ କୁ ଯାଉଥିବା ବେଳେ ରାସ୍ତାରେ ସେହି ଗ୍ରାମର ସିଦ୍ଧାନ୍ତ ଦିଗାଳ ନାମକ ଜଣେ ଯୁବକ ମହିଳାଙ୍କୁ ଜଙ୍ଗଲକୁ ଟାଣି ନେଇ ମରଣାନ୍ତକ ଆକ୍ରମଣ ସହ ମାଡ଼ ମାରି ହତ୍ୟା ଉଦ୍ୟମ କରିଥିଲା । ମହିଳାଙ୍କୁ ଅଚେତ ଅବସ୍ତାରେ ସୁନା ଗହଣା ଲୁଟି ନେଇଥିଲା ଅଭିଯୁକ୍ତ। ଏବଂ ଜି. ଉଦୟଗିରି ର ଗୋଟିଏ କପଡା ବ୍ୟାବସାୟୀ ଜଗବନ୍ଧୁ ଦାସଙ୍କ ଠାରେ ସୁନା ବିକ୍ରିକରି ଦେଇଥିଲେ। ରାଇକିଆ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଏନେଇ ରାଇକିଆ ଥାନାରେ କେସ ନ ୯୦/୨୪ ରେ ମାମଲା ରୁଜୁ ହୋଇଛି । ଗୁରୁତର ଆହତ ହୋଇଥିବା ମହିଳା ଜଣଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତଙ୍କ ଠାରୁ ତିନୋଟି ସୁନା ହାର ଓ କାନଫୁଲ ଏବଂ ୧୧ ଶହ ଟଙ୍କା ଜବତ ପୋଲିସ ସୂଚନା ଦେଇଛନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories