www.samajalive.in
Sunday, December 7, 2025
26.1 C
Bhubaneswar

ଜିଲାସ୍ତରୀୟ ପ୍ରବନ୍ଧ ଲିଖନ ପ୍ରତିଯୋଗିତା, ଅର୍ଚ୍ଚିତା ଲହରିଆ ପ୍ରଥମ

ଫୁଲବାଣୀ: ପୁଣ୍ୟାତ୍ମା ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧୋତ୍ସବ ଅବସରରେ କନ୍ଧମାଳ ଜିଲା ଫୁଲବାଣୀ ଶ୍ରୀସତ୍ୟସାଇ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲାସ୍ତରୀୟ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୧୦ମ ଶ୍ରେଣୀର ଛାତ୍ରୀ ଅର୍ଚ୍ଚିତା ଲହରିଆ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ପବ୍ଲିକ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରୀ କିରଣ ବାଳା ପ୍ରଧାନ ଦ୍ୱିତୀୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଅନ୍ୱେଷା ସାହୁ ଏବଂ କାରମେଲ୍‌‌ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୮ମ ଶ୍ରେଣୀ ଛାତ୍ରୀ ପ୍ରତୀକ୍ଷା ପଟ୍ଟନାୟକ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। ସମାଜ ଜିଲା ପ୍ରତିନିଧି ଅଶୋକ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଏଜେଓ ସରକାରୀ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଶ୍ରୀସତ୍ୟସାଇ ଉଚ୍ଚ ବିଦ୍ୟାଳୟ, ପୋଲିସ୍‌‌ ହାଇସ୍କୁଲ, ମାଦିକୁନ୍ଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କାରମେଲ୍‌‌ ଇଂରାଜୀ ମାଧ୍ୟମ ସ୍କୁଲ, ପବ୍ଳିକ୍‌‌ ସ୍କୁଲ, ସ୍ୱାମୀ ଚିନ୍ଦାନନ୍ଦ ଇଂରାଜୀ ମାଧ୍ୟମ ସ୍କୁଲ ଏବଂ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଆଦି ବିଦ୍ୟାଳୟରୁ ୮ମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୪୯ ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗନେଇଥିଲେ। ବିଚାରକ ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବଂଶୀଧର ପଣ୍ଡା, ଅବସରପ୍ରାପ୍ତ ଦୁର୍ଗପତୀ ନବୀନ କିଶୋର ପଣ୍ଡା ଏବଂ ସରକାରୀ ଧନ୍ଦାମୂଳକ ମହାବିଦ୍ୟାଳୟର ଅଧ୍ୟାପକ ତଥା କବି, ଲେଖକ ଡ଼.କାହ୍ନୁ ଚରଣ ଶତପଥୀ ଯୋଗଦେଇ ମୂଲ୍ୟାଙ୍କନ କରିଥିଲେ। ପ୍ରତିଯୋଗିତା ପରିଚାଳନାରେ ଶ୍ରୀ ସତ୍ୟସାଇ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ କୁମାର ଦାସ, ଦେଶୀ ପ୍ରସାଦ ଶତପଥୀଙ୍କ ସମେତ ସ୍ୱେଚ୍ଛାସେବୀ ସଂଗଠନ ମିତ୍ରା ଫାଉଣ୍ଡେସନର ଦେବାଶିଷ ସାହାଣୀ, ରାମ ମେହେରା, ବିଶ୍ୱଜିତ୍‌‌ ସାମନ୍ତରା, ବିନୋଦ ସାହୁ, ନିଳ ମାଧମ ମିଶ୍ର, ବିଶ୍ୱ ରଂଜନ କର ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories