କନ୍ଧମାଳ ସାଂସଦ ଏବଂ ଫୁଲବାଣୀ ବିଧାୟକଙ୍କୁ ସମ୍ବର୍ଦ୍ଧନା

ଫୁଲବାଣୀ :କୁଇ ସମାଜ ସେବା ସମିତି ଫୁଲବାଣୀ ତରଫରୁ ଶନିବାର କନ୍ଧମାଳ  ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଏବଂ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକଙ୍କୁ ଫୁଲବାଣୀ ସର୍କିଟ ହାଉସରେ ଏକ ସୌଜନ୍ୟମୂଳକ ସାକ୍ଷାତକାର କରାଯାଇଥିଲା ଏବଂ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଉଭୟ ଜନପ୍ରତିନିଧିଙ୍କୁ ନିର୍ବାଚନ ବିଜୟ ନିମନ୍ତେ ଅଭିନନ୍ଦନ ଜ୍ଞାପନ ସହ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ଅବସରରେ କୁଇ ସମାଜ ସେବା ସମିତି ଫୁଲବାଣୀର ମୁଖ୍ୟ ସଭ୍ୟ ଗୌତମ ପ୍ରଧାନ, ଉପସଭାପତି ରମାକାନ୍ତ ମଲ୍ଲିକ, ସମ୍ପାଦକ ଅବନୀ କୁମାର କହଁର, ଯୁବ ପରିଷଦର ସଦସ୍ୟ ଭୃଙ୍ଗରାଜ ମଲ୍ଲିକ ଓ ବିଚିତ୍ରବୀର୍ଯ୍ୟ ପ୍ରଧାନ ଉପସ୍ଥିତ ଥିଲେ।

Comments are closed.