www.samajalive.in
Monday, December 8, 2025
13.1 C
Bhubaneswar

ଅଜଣା ରୋଗରେ ପୀଡ଼ିତ ହୋମଗାର୍ଡଙ୍କୁ ମିଳିଲା ସହାୟତା

ଫୁଲବାଣୀ :କନ୍ଧମାଳ ଜିଲା ସଦର ଥାନାରେ କାର୍ଯ୍ୟରତ ହୋମଗାର୍ଡ ବିନୋଦ ବିହାରୀ ପ୍ରଧାନ କିଛି ଦିନ ହେବ ଅଜଣା ରୋଗରେ ପୀଡିତ ଥିବାରୁ ତାଙ୍କୁ କନ୍ଧମାଳ ଜିଲା ହୋମଗାର୍ଡ ସଂଘ ପକ୍ଷରୁ ଶୁଖିଲା ଖାଦ୍ୟ ଏବଂ ମେଡ଼ିସିନ ବାବଦକୁ କିଛି ଟଙ୍କା ଆର୍ଥିକ ସହାୟତା କରିଛନ୍ତି । ସଦର ଥାନାର ସମସ୍ତ ଅଫିସର, କନେଷ୍ଟବଳ ହୋମଗାର୍ଡ କର୍ମଚାରୀ କିଛି କିଛି ଟଙ୍କା ଆଦାୟ କରି ରୋଗ ସଜ୍ଜାରେ ପୀଡିତ ଥିବା ବିନୋଦ ବିହାରୀ ପ୍ରଧାନଙ୍କ ବାସଭବନ ଠାରେ ଉପସ୍ଥିତ ରହି ସହାୟତା କରିଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲା ହୋମଗାର୍ଡ ସଂଘ ସଭାପତି ପ୍ରଭାତ କୁମାର ସାହାଣୀ , ସଂଘ ଆବାହକ ବିରାଜ କୁମାର ପ୍ରଧାନ, ସମ୍ପାଦକ ସପନ କୁମାର ମିଶ୍ର, କୋଷାଧ୍ୟକ୍ଷ ଶେଖ୍ ରିହାଜୁଦିନ୍, କାର୍ୟ୍ୟକାରୀ ସଭାପତି ଅଖୟ କୁମାର ରାୟ, ସଂଘ ସଦସ୍ୟ ସାଫରିନ ଖାନ୍, ଉପେନ୍ଦ୍ର ଭଞ୍ଜ, ପ୍ରତାପ କୁମାର ସାହାଣୀ, ସ୍ବାଧିନ କୁମାର ଦିଗାଲ, ଅଜିତ କୁମାର ପ୍ରଧାନ, ସଦର ଥାନାରେ କାର୍ୟ୍ୟରତ ଏଏସ୍ଆଇ, ହରେକୃଷ୍ଣ ମିଶ୍ର, ସଞ୍ଜୟ କୁମାର ବିଶୋଇ ଉପସ୍ଥିତ ରହି ହୋମଗାର୍ଡ ବିନୋଦ ବିହାରୀ ପ୍ରଧାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆଗାମୀ ଦିନରେ ଏପରି କାର୍ୟ୍ୟକ୍ରମ କନ୍ଧମାଳ ଜିଲାର ସମସ୍ତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କ ପାଇଁ ଲାଗୁ ରଖିବା ପାଇଁ ନିଷ୍ପତ୍ତି ନିଆଯାଇ ଥିବା ପ୍ରକାଶ କରିଛନ୍ତି ସଂଘ କର୍ମକର୍ତ୍ତା।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories