www.samajalive.in
Sunday, December 14, 2025
23.1 C
Bhubaneswar

ଜୁଆଆଡ୍ଡାରେ ଚଢ଼ାଉ, ୨ ଗିରଫ

ଗୋପାଳପୁର :  ଗୋପାଳପୁର ଥାନା ଅନ୍ତର୍ଗତ କରାପିଲ୍ଲୀ ସ୍ଥିତ ଜାମ ଜାମ ରେଷ୍ଟୁରେଣ୍ଟ ପଛପଟେ ଗତକାଲି ରାତିରେ ଜୁଆଆଡ୍ଡା ଚାଲିଥିବା ପୁଲିସ ଖବର ପାଇଁ ଚଢ଼ାଉ କରି ୨ ଜଣକୁ ଗିରଫ କରିଛି । ସେମାନେ ହେଲେ କେ. ନୂଆ ଗାଁ ରାଧା ମୋହନପୁର ଗ୍ରାମର ରଞ୍ଜନ ସାହୁ, ଚିକିଟି ପେଣ୍ଠର କାହ୍ନୁ ଚରଣ ସାହୁ । ସୂଚନା ପ୍ରକାରେ ଜାମ ଜାମ ରେଷ୍ଟୁରେଣ୍ଟ ପଛପଟେ ଜୁଆଆଡ୍ଡା ଚାଲିଥିବା ନେଇ କୌଣସି ସୂତ୍ରରୁ ଗୋପାଳପୁର ପୁଲିସ ଖବର ପାଇ ଗତକାଲି ରାତି ପ୍ରାୟ ୮  ସମୟରେ ଥାନା ଅଧିକାରୀ ଶରତ କୁମାର ମାହାଲିକଙ୍କ ନିର୍ଦ୍ଦେଶ କ୍ରମେ ଏକ ପୁଲିସ ଟିମ ଚଢ଼ାଉ କରିଥିଲେ ।

ସେଠାରେ ୧୨ ରୁ ୧୩ ଜଣ ଖେଳୁଥିବାବେଳେ ପୁଲିସକୁ ଦେଖି ଦୌଡ଼ି ପଳାଇଥିବା ବେଳେ ରଞ୍ଜନ ଓ କାହ୍ନୁ ପୁଲିସକୁ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲେ । ପୁଲିସ ଉଭୟଙ୍କୁ କାବୁ କରିଥିଲା । ସେଠାରୁ ୬୪ ହଜାର ୮୦ ଟଙ୍କା, ୩ ଟି ମୋବାଇଲ, ୨ ଟି କାର, ଗୋଟିଏ ତାସ କାଟା, ଗୋଟିଏ ଜରି ପାଲ ଜବତ କରି ଆଜି କେସ ନମ୍ବର ୧୧୦/୨୪ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଚଢ଼ାଉ ବେଳେ ଏସ ଆଇ ଶିଶିର କାନ୍ତ ସାହାଣୀ, ଜି. ବିଶ୍ଵନାଥ ରେଡି, ଉପେନ୍ଦ୍ର ବେହେରା, ସରୋଜ କୁମାର ଭୂୟାଁ, ଆଲଫିସ ଗମାଙ୍ଗ, ଆନିଶ ଖାନ, କେ. ମଧୁ ସାମିଲ ଥିଲେ ।

- Advertisement -

 

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories