www.samajalive.in
Monday, December 15, 2025
17.1 C
Bhubaneswar

ଭାରତ ନିର୍ବାଚନ କମିଶନଙ୍କ ବିଏଲ୍ଓ ପତ୍ରିକାରେ ସ୍ଥାନ ପାଇଲା ଓଡ଼ିଶାର ବିଏଲ୍ଓ ମାସ୍କଟ ‘ମିତା ଦିଦି’

ଭୁବନେଶ୍ୱର: ଓଡ଼ିଶାର ନିର୍ବାଚନ ସମ୍ବନ୍ଧୀୟ ବିଏଲ୍ଓ ମାସ୍କଟ (ବିଏଲଓ ଆଇକନ ଦିଦି) ‘ମିତା ଦିଦି’କୁ ଭାରତ
ନିର୍ବାଚନ କମିଶନ ନିଜର ବିଏଲ୍ଓ ପତ୍ରିକାରେ ମାସ୍କଟ ରୂପେ ସ୍ଥାନିତ କରିଛନ୍ତି। ଓଡ଼ିଶାର ବିଏଲ୍ଓ ମାସ୍କଟ ‘ମିତା ଦିଦି’ ବର୍ତ୍ତମାନ ସମଗ୍ର ଦେଶରେ ବିଏଲ୍ଓ ମାସ୍କଟ ପାଲଟିଛି। ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ
ବିହାରୀ ଧଳ ସମସ୍ତ ବିଏଲ୍ଓମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ନିର୍ବାଚନ ପ୍ରକ୍ରିୟା ବିଏଲଓ (ବୁଥ୍ ଲେବୁଲ ଅଫିସର ବା ବୁଥସ୍ତରୀୟ  ଅଧିକାରୀ)ମାନଙ୍କର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛିା ଭୋଟର ତାଲିକା ସଂଶୋଧନ ଏବଂ ନିର୍ବାଚନ ପରିଚାଳନା ପ୍ରକ୍ରିୟାରେ ତୃଣମୂଳ ସ୍ତରରେ ବୁଥସ୍ତରୀୟ ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥାନ୍ତି। ବାହାରକୁ ଜଣାପଡ଼ୁ ନଥିଲେ ମଧ୍ୟ ନିର୍ବାଚନ ପ୍ରକ୍ରିୟାର ସଫଳ ରୂପାୟନ ପାଇଁ ଗୁରୁ ଦାୟିତ୍ୱ ବହନ କରୁଥିବାରୁ ସେମାନଙ୍କୁ ନିର୍ବାଚନର ‘ଅକୀର୍ତ୍ତିତ ନାୟକ’ ଭାବେ ଅଭିହିତ କରାଯାଏା ଗଣତନ୍ତ୍ରକୁ ତୃଣମୂଳ ସ୍ତରରୁ ଶକ୍ତିଶାଳୀ କରିବାରେ ବିଏଲ୍ଓମାନଙ୍କ ଦାୟିତ୍ୱକୁ ଭୂୟସୀ ପ୍ରଶଂସା କରି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଆସନ୍ତା ଏକକାଳୀନ ସାଧାରଣ ନିର୍ବାଚନରେ ସମସ୍ତ ବୁଥ ସ୍ତରୀୟ ଅଧିକାରୀମାନେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ରୂପେ କାର୍ଯ୍ୟ କରିବେ ବୋଲି ପ୍ରେରିତ କରିଛନ୍ତିା

- Advertisement -

ବର୍ତ୍ତମାନ ଓଡ଼ିଶାର ‘ମିତା ଦିଦି’ ସମଗ୍ର ଦେଶର ବୁଥସ୍ତରୀୟ ଅଧିକାରୀଙ୍କ ପ୍ରତିନିଧି ପାଲଟିଛିା ନିର୍ବାଚନ କମିଶନଙ୍କ ବୁଥସ୍ତରୀୟ ଅଧିକାରୀ ପତି୍ରକାର ଦଶମ ସଂସ୍କରଣରେ ‘ମିତା ଦିଦି’ ସ୍ଥାନ ପାଇବା ସମସ୍ତ ବୁଥସ୍ତରୀୟ
ଅଧିକାରୀ ତଥା ସମଗ୍ର ରାଜ୍ୟ ପାଇଁ ଏକ ଗର୍ବ ଓ ଗୌରବର ବିଷୟା ଏହା ସମସ୍ତ ବୁଥସ୍ତରୀୟ ଅଧିକାରୀଙ୍କୁ ନିଜର
ଦାୟିତ୍ୱ ନିର୍ବାହ କରିବା ପାଇଁ ଅଧ#କ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟ ନିର୍ବାଚନ ଅଧ#କାରୀ ଶ୍ରୀ ଧଳ ମତବ୍ୟକ୍ତ
କରିଛନ୍ତିା

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories