ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନ ପାଇଁ ସଚେତନତା

ଫୁଲବାଣୀ: ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ‘ନୂଆ-ଓ’ ଆନୁକୁଲ୍ୟରେ ‘ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନ ସଚେତନତା କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ତନୁଜା ସିଂହଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମର ନୋଡାଲ ଅଫିସର ସୁରେଶ ଚନ୍ଦ୍ର ବେହେରାଙ୍କ ସମେତ ସମସ୍ତ ସାମାଜିକ କ୍ଳବ୍ ମେମ୍ବର ଏଵଂ ସ୍ନାତକ ଓ ସ୍ନାତକୋତ୍ତର ବିଭାଗର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା ଛାତ୍ରୀମାନଙ୍କ ଦ୍ୱାରା ମହାବିଦ୍ୟାଳୟ ପରିସରକୁ ପରିଷ୍କାର କରାଯାଇଥିଲା। ପରେ ଫୁଲବାଣୀ ସହର ପରିକ୍ରମା କରାଯାଇ ସ୍ଵଚ୍ଛତା ତଥା ପ୍ଲାଷ୍ଟିକ୍ ମୁକ୍ତ ପରିବେଶ ଗଠନ ପାଇଁ ସଚେତନତା କରାଯାଇଥିଲା।

kalyan agarbati

Comments are closed.