ସରକାରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ୟ୍ୟକ୍ରମ

ଫୁଲବାଣୀ:ଫୁଲବାଣୀ ସରକାରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ସ୍ୱେଚ୍ଛାକୃତ ରକ୍ତଦାନ କାର୍ୟ୍ୟକ୍ରମରୁ ସମନ୍ୱିତ ଯୁବ ବିକାଶ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି । ଏହି ଅବସରରେ ସର୍ବମୋଟ ୫୧ ଜଣ ଛାତ୍ରଛାତ୍ରୀ ଓ ଅଧ୍ୟାପକ ରକ୍ତଦାନ କରିଥିଲେ । ସେହିଭଳି ସ୍ଥାନୀୟ ଦଧିବାମନ ମନ୍ଦିର ପ୍ରଙ୍ଗଣରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଫେଇ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହା ବ୍ୟତୀତ ନାରୀ ସଶକ୍ତିକରଣ, ଶିଶୁ ଶ୍ରମିକ ଉଚ୍ଛେଦ ଓ ସଡ଼କ ସୁରକ୍ଷା ସଚେତନତା କାର୍ୟ୍ୟକ୍ରମ ଗୁଡ଼ିକ ଶୋଭାଯାତ୍ରା ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ସମନ୍ୱିତ ଯୁବ ବିକାଶ କାର୍ୟ୍ୟକ୍ରମ ଅନ୍ତର୍ଗତ ସମସ୍ତ କାର୍ୟ୍ୟକ୍ରମ ଗୁଡ଼ିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ଈଶ୍ୱର ପଟେଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଛି।

Comments are closed.