www.samajalive.in
Sunday, December 14, 2025
23.1 C
Bhubaneswar

ଦୀର୍ଘବର୍ଷ ପରେ ଖୋଲିଲା ଶିଶୁ ଉଦ୍ୟାନ, କୁନି କୁନି ପିଲାଙ୍କ ମଧ୍ୟରେ ଖୁସିର ଲହରି

ଫୁଲବାଣୀ:ଫୁଲବାଣୀ ପୌର ପରିଷଦ ଅନ୍ତର୍ଗତ ଥାନା ସମ୍ମୁଖରେ ଥିବା ମଧୁସୁଦନ ପାର୍କ(ଶିଶୁ ଉଦ୍ୟାନ) ଆଜି ପୁଣିଥରେ ଆନୁଷ୍ଠାନିକ ଭାବେ ଖୋଲିଛି। କନ୍ଧମାଳ ଜିଲା ବରିଷ୍ଠ ନାଗରିକ ସଂଘର ଉଦ୍ୟମ ଓ ଅନୁରୋଧ କ୍ରମେ ପୌର ପରିଷଦ ପକ୍ଷରୁ ଦୀର୍ଘବର୍ଷ ଧର ବନ୍ଦଥିବା ଉକ୍ତ ଶିଶୁ ଉଦ୍ୟାନକୁ ଆଜି ପୁନଃ ସର୍ବ ସାଧାରଣଙ୍କ ପାଇଁ ଖୋଲାଯାଇଛି। ବିଭିନ୍ନ କାରଣ ଯୋଗୁଁ ଦୀର୍ଘ ବର୍ଷ ଧରି ଉକ୍ତ ଶିଶୁ ଉଦ୍ୟାନ ବନ୍ଦରହିଥିବା ବେଳେ ବିଶେଷ କରି କୁନି କୁନି ପିଲାଙ୍କ ମାନେ ଟିକିଏ ଆନନ୍ଦ ନେଇ ପାରୁନଥିଲେ। ତେବେ ଆଜି ଖୋଲିବା ପରେ କୁନି କୁନି ପିଲାଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।

ଆଜି ଅପରାହ୍ନରେ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ସ୍ମିତା ରାଣି ମହାନ୍ତି ଆନୁଷ୍ଠାନିକ ଭାବେ ପୁନଃ ଖୋଲିବାରେ ପଦକ୍ଷେପ ନେଇଥିବା ବେଳେ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଅଧ୍ୟକ୍ଷାଙ୍କୁ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ଅଧ୍ୟକ୍ଷା ଶିଶୁ ଉଦ୍ୟାନ ପରିସରରେ ଥିବା ମଧୁସୁଦନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନେ ଉପସ୍ଥିତ ଥିଲେ। ବରିଷ୍ଠ ନାଗରିକ ସଂଘର ଏଭଳି ଉଦ୍ୟମକୁ ସାଧାରଣରେ ମଧ୍ୟ ପ୍ରଶଂସା କରାଯାଇଛି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories