www.samajalive.in
Sunday, December 14, 2025
23.1 C
Bhubaneswar

ଶହୀଦଙ୍କୁ ପଶ୍ଚିମାଞ୍ଚଳ ଏକତା ମଞ୍ଚର ଶ୍ରଦ୍ଧାଞ୍ଜଳି

ସମ୍ବଲପୁର: ଦେଶର ସ୍ୱାଧିନତା ପାଇଁ ଜୀବନର ସର୍ବୋଚ୍ଚ ବଳିଦାନ ଦେଇଥିବା ମହାନ ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସାରା ଭାରତରେ ପାଳନ କରାଯାଉଥିବା ଶହୀଦ ଦିବସ ଅବସରରେ ୩ ଜଣ ସ୍ୱାଧିନତା ସଂଗ୍ରାମୀ ଭଗତ ସିଂ, ସୁଖଦେବ ଓ ରାଜଗୁରୁଙ୍କୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସମ୍ବଲପୁରର କଚେରୀ ଛକ ଠାରେ ଥିବା ଶହୀଦ ସ୍ତମ୍ଭ ଠାରେ ଦୀପ ପ୍ରଜ୍ୱଳନ କରାଯାଇ ଦେଶର ଏକତା ଓ ଅଖଣ୍ଡତା ପାଇଁ ସର୍ମପଣ ଭାବରେ ଶହୀଦ ମାନେ ନିଜର ଜୀବନ ବଳିଦାନ ଦେଇଥିଲେ। ଏହି ଶହୀଦମାନେ ଦେଶର ଯୁବ ପିଢ଼ିଙ୍କ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ବକ୍ତା ମାନେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଭବାନୀଶ ଭୋଇ, ସୁବୋଧ କୁମାର ଦୋରା, ସୁଦାମ ମେହେର, ସୁରେନ୍ଦ୍ର ବଗର୍ତ୍ତି, ବଳରାମ ଭୋଇ, ସୁରୁବାବୁ ମୁଣ୍ଡା, ମନୋଜ ବନଛୋର, ସୁବାଷ ବେହେରା, ପ୍ରଭାସ ଦା, ଜୟଶ୍ରୀ ପୁରୋହିତ, କାନ୍ତି ମେହେର ପ୍ରମୁଖ ସାମିଲ ରହିଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories