www.samajalive.in
Sunday, December 14, 2025
23.1 C
Bhubaneswar

ସମାଜ ପ୍ରଭାବ, ହିଟ ଆଣ୍ଡ ରନ ମାମଲାରେ ଅଭିଯୁକ୍ତ ଗିରଫ ଓ ଜାମିନରେ ଖଲାସ

ସମ୍ବଲପୁର: ଦୈନିକ ଖବରକାଗଜ ‘ସମାଜ’ ପ୍ରଭାବରେ ବାଧ୍ୟ ହୋଇ ସମ୍ବଲପୁର ପୁଲିସ ବୁଧବାର ରାତ୍ରିରେ ହୋଇଥିବା ହିଟ ଆଣ୍ଡ ରନ ମାମଲାରେ କାର୍ଯ୍ୟାନୁଷ୍ଠାନ ହେବାକୁ ବାଧ୍ୟ ହୋଇଛି। ଗତକାଲି ରାତ୍ର ସାଢ଼େ ୭ଟାରୁ ୮ଟା ମଧ୍ୟରେ ଜିଏମ କଲେଜ ଛକରୁ ମୁଦିପଡ଼ା ଛକ ମଧ୍ୟରେ ଥିବା ରାସ୍ତାରେ ହୋଇଥିବା ହିଟ ଆଣ୍ଡ ରନ ମାମଲାରେ ଅପରାଧିକ ଘଟଣା ଭିଆଇଥିବା ଲାଲ ରଙ୍ଗର ମହିନ୍ଦ୍ରା ଥର (ଓଡି – ୧୫ – ଏସ – ୦୯୯୯) ଜିପକୁ ପୁଲିସ ଜବତ କରିଛି। ଏହି ଘଟଣାରେ ଅଭିଯୁକ୍ତ ଗାଡି ଚାଳକ ଗୌରବ ପୃଥୱାନି ମଧ୍ୟ ଗୁରୁବାର ସକାଳୁ ଟାଉନ ଥାନାରେ ଆତ୍ମସର୍ମପଣ କରିଛନ୍ତି। ଏହି ଘଟଣାରେ ଆହତ ହୋଇଥିବା ସୁମିତ ତ୍ରିପାଠୀଙ୍କ ପକ୍ଷରୁ ଦିଆଯାଇଥିବା ଅଭିଯୋଗ ଆଧାରରେ ମାମଲା ସଂଖ୍ୟା ୯୯/୨୦୨୩ ଟାଉନ ଥାନାରେ ରୁଜୁ କରାଯାଇଛି।

ଟାଉନ ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ ଙ୍କ ଅନୁଯାୟୀ, ପଞ୍ଜିକୃତ ବାହାନଟି ଅଶୋକା ଇନଫ୍ରା କୋ ନାମରେ ପଞ୍ଜିକୃତ ହୋଇଥିବା ବେଳେ ଅଭିଯୁକ୍ତ କୌଣସି ପ୍ରକାରର ନିଶା ପାନ କରି ନ ଥିଲେ। ଏହି ଯାନଟି ଅତ୍ୟାଧୁନିକ ଜ୍ଞାନକୌଶଳ ଥିବାରୁ ସେ ଏହାକୁ ଚଳାଇବା ସମୟରେ ସମ୍ଭାଳିବାରେ ଅସଫଳ ହୋଇଥିଲେ ଏବଂ ଏହି ଘଟଣା ଘଟିଥିଲା। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଛି ଏବଂ ଗାଡିକୁ ଜବତ କରାଯାଇ ରଖାଯାଇଛି ବୋଲି ଥାନାଧିକାରୀ କର୍ଣ୍ଣ କହିଛନ୍ତି। ଅପରପକ୍ଷରେ ଅଭିଯୁକ୍ତଙ୍କୁ ଅଦାଲତ ଚାଲାଣ ହେବାର କିଛି ଘଣ୍ଟା ପରେ ଜାମିନ ମିଳିଥିବାର ସୂଚନା ମିଳିଛି।

- Advertisement -

ସୂଚନାଯୋଗ୍ୟ ଯେ, ବୁଧବାର ରାତ୍ରିରେ ଅଚାନକ ଚର୍ଚ୍ଚ ସମ୍ମୁଖ ଦେଇ ଏହି ଲାଲ ରଙ୍ଗର ଜିପଟି ଅଚାନକ ଦ୍ରୁତଗତିରେ ଆସି ୫ରୁ ଅଧିକ ଗାଡି ଗୁଡିକୁ ଭାଙ୍ଗି ଚୁରମାର କରି ଥିବା ବେଳେ ମୁଦିପଡ଼ା ନିବାସୀ ସୁମିତ ତ୍ରିପାଠୀ ଓ ଜିଲା ମୁଖ୍ୟ ଚିକତ୍ସାଳୟରେ କାର୍ଯ୍ୟରତ ଫାର୍ମାସିଷ୍ଟ ବାଦଲ ସିଂ ଗୁରୁତର ଆହତ ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁଯାୟୀ, ରାତ୍ର ପ୍ରାୟ ସାଢ଼େ ୭ଟା ସମୟରେ ଚର୍ଚ୍ଚ ସମ୍ମୁଖରେ ଥିବା ବ୍ୟାଙ୍କ ଅଫ ବରୋଦା ସମ୍ମୁଖ ରାସ୍ତା ଦେଇ ଏହି ମହିନ୍ଦ୍ରା ଜିପଟି ଅଚାନକ ଆସିଥିଲା। ଚାଳକ ଜଣକ ଅତି ଦ୍ରୁତଗତିରେ ଥିବା ଗାଡିକୁ ସମ୍ଭାଳି ନ ପାରି ପ୍ରଥମେ ଜିଏମ କଲେଜ ପଟ ରାସ୍ତାକୁ ମୋଡି ଥିବା ବେଳେ ଅଳ୍ପକେ ଯାଉଥିବା ବେଳେ ସେଠାରେ ଥିବା ଏକ ପାଚେରୀରେ ଧକ୍କା ହେବାରୁ ବର୍ତ୍ତି ଯାଇଥିଲା। ଏହା ପରେ ଚାଳକ ଜଣକ ଅଚାନକ ଗାଡିକୁ ପଛକୁ ଆଣି ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେଇ ବୁଲାଇ ଆଣି ମୁଦିପଡ଼ା ଛକ ପଟକୁ ଅତ୍ୟନ୍ତ ଦ୍ରୁତଗତିରେ ଆସିଥିଲେ। ତେବେ ମୋଡାଣିରେ ପୁର୍ନବାର ଭାରସାମ୍ୟ ହରାଇ ମୋଡାଣିରେ ଥିବା ମିଠା ଦୋକାନ ସମ୍ମୁଖରେ ପାର୍କିଂ କରାଯାଇଥିବା ଦୁଇ ଚକିଆ ଗାଡି ଗୁଡିକୁ ଧକ୍କା ଦେଇଥିଲେ। ଏହା ଦେଖି ଜଣେ ଯୁବକ ଉକ୍ତ ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ଉକ୍ତ ଯୁବକଙ୍କ ଉପରେ ଗାଡି ଚଢ଼ାଇବାକୁ ଚାଳକ ଉଦ୍ୟମ କରିଥିଲେ। ତେବେ କୌଣସି ମତେ ଉକ୍ତ ଯୁବକ ବର୍ତ୍ତି ଯାଇଥିବା ବେଳେ ପୁର୍ନବାର ଗାଡିକୁ ବୁଲାଇ ମୁଦିପଡ଼ା ଛକ ପଟକୁ ଦ୍ରୁତଗତିରେ ଯାଉଥିବା ବେଳେ ଆଉ ଜଣେ ବାଇକ ଆରୋହୀଙ୍କୁ ଧକ୍କା ମାରିଥିଲେ। ସ୍ଥାନୀୟ ଲୋକେ ଉକ୍ତ ଗାଡିକୁ ଅଟକାଇବାକୁ ଚେଷ୍ଟା କରିବା ଏବଂ ଗୋଡାଇବା ସମୟରେ ଉକ୍ତ ଗାଡିଟି ମୁଦିପଡ଼ା ଛକ ନିକଟରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories