ମେଷ: ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଆୟ ଆଶାନୁରୂପ ହୋଇପାରେ। ମାଲି-ମୋକଦ୍ଦମାରେ ବିଜୟୀ ହେବେ। ମୋକଦ୍ଦମା ଖର୍ଚ୍ଚ ମିଳିପାରେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ସୁଖ ପାଇବେ।
ବୃଷ: ଥଣ୍ଡା-କଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। କର୍ମଚଞ୍ଚଳ ରହିବେ। ମଧୁର ଭାଷା ପ୍ରୟୋଗ କରି ପରକୁ ଆପଣାର କରିପାରନ୍ତି। ସ୍ବାସ୍ଥ୍ୟରକ୍ଷା ପାଇଁ ଅଧିକ ବ୍ୟୟର ସମ୍ମୁଖୀନ ହେବେ।
ମିଥୁନ: ଆୟୁଷ୍ମାନ ହେବେ। ଯଶସ୍ବୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ତନ୍ତ୍ର-ମନ୍ତ୍ରାଦି ଜ୍ୟୋତିଷଶାସ୍ତ୍ରରେ ରୁଚି ରହିବ।
କର୍କଟ: କୁଳପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାର୍ଦ୍ର ଚିତ୍ତ ସମ୍ପନ୍ନ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ନିଜ ପରିବାର ପ୍ରତି ସ୍ନେହ ସଦ୍ଦିଚ୍ଛା ରହିବ।
ସିଂହ: ଭାଗ୍ୟଶାଳୀ ହେବେ। ଭୋଗୀ ଓ ବିଳାସୀ ହେବେ। ଜୀବନ ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ, ସାହସୀ ଓ ସମ୍ପତ୍ତିବାନ ହେବେ। ଉଦ୍ୟୋଗୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କନ୍ୟା: ଈର୍ଷାଳୁ ସ୍ବଭାବସମ୍ପନ୍ନ ହେବେ। ସ୍ବାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ସହଯୋଗୀ ବ୍ୟବସାୟ ଲାଭପ୍ରଦ ହେବ। ଜଳଯାତ୍ରାରେ ବିପଦ ଅଛି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।
ତୁଳା: ବନ୍ଧୁ ମିଳନରେ ଉପକୃତ ହେବେ। ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ମନରେ ଉପୁଜିଥିବା ଅହଂଭାବକୁ ବିସର୍ଜନ ଦେଇପାରନ୍ତି। ପତ୍ନୀଙ୍କ ଉପଦେଶ ଉପାଦେୟ ହେବ।
ବିଛା: ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ। ଆୟୁଷ୍ମାନ ହେବେ। ଚତୁର ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସା ଭାଜନ ହେବେ। ବ୍ୟବସାୟରୁ ପ୍ରଚୁର ଲାଭ ଆଶା କରାଯାଏ।
ଧନୁ: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆକସ୍ମିକ ଧନଲାଭ ହୋଇପାରେ। ଲଟେରି ଉଠାଣଫଳ ସପକ୍ଷରେ ଯାଇପାରେ। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ।
ମକର: ଉଦାର ସ୍ବଭାବ ସମ୍ପନ୍ନ ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ସୁସ୍ଥ ରହିବେ। ପରିବାର ପ୍ରତି ସଦ୍ଦିଚ୍ଛା ଭାବ ରହିବ। ସର୍ବତ୍ର ବିଜୟୀ ହେବେ।
କୁମ୍ଭ: ମନ ପ୍ରସନ୍ନ ରହିବ। ଆତ୍ମବିଶ୍ବାସୀ ହେବେ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ଅନୁଜମାନଙ୍କଠାରୁ ଆଦର ସମ୍ମାନ ମିଳିବ। ଜାତକ ବନ୍ଧୁପ୍ରେମୀ ଓ ବିଦ୍ବାନ ହେବା ଆଶା କରାଯାଏ।
ମୀନ: ଭାଗ୍ୟଶାଳୀ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିତ୍ରଙ୍କଠାରୁ ସହାୟତା ମିଳିବ। ଧନାଗମ ହେବ।
ଶୁକ୍ରବାର ରାଶିଫଳ ୨୪.୦୩.୨୦୨୩
Popular Categories



